ୱାର୍ଲ୍ଡ ସ୍କିଲ୍ସରେ ଓଡ଼ିଶାର ଅଶ୍ୱଥଙ୍କୁ ସ୍ୱର୍ଣ୍ଣ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବିଶ୍ୱରେ ନିଜକୁ ପ୍ରମାଣିତ କରିଛି ‘ସ୍କିଲ୍ଡ ଇନ୍ ଓଡ଼ିଶା’ । ରୁଷିଆର କାଜାନ ସହରରେ ଅନୁଷ୍ଠିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ‘ୱାର୍ଲ୍ଡ ସ୍କିଲ୍ସ ୨୦୧୯’ରେ ଦେଶ ପାଇଁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଶାର ଏସ୍ ଅଶ୍ୱଥ ନାରାୟଣ । \n୨୫ ବର୍ଷୀୟ ଅଶ୍ୱଥ ‘ୱାଟର ଟେକ୍ନୋଲୋଜି’ ବର୍ଗରେ ପ୍ରତିଯୋଗିତା କରି ଏହି ସର୍ବୋଚ୍ଚ ପଦକ ହାସଲ କରିଛନ୍ତି । ଏଥିସହ ୪୫ ଥର ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରଥମ ଥର ଭାରତ ସ୍ୱର୍ଣ୍ଣ ହାତେଇଛି । ସି ଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂରୁ ସେ ଇଲେକ୍ଟ୍ରୋନିକ୍ସ ଏବଂ ଇନ୍ଷ୍ଟ୍ରୁମେଣ୍ଟେସନ ଇଞ୍ଜିନିୟରିଂରେ ବିଟେକ୍ କରିଛନ୍ତି । ୱାଟର ଟେକ୍ନୋଲୋଜିରେ ପ୍ରତିଯୋଗିତା କରୁଥିବା ୧୧ଟି ରାଜ୍ୟର ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅଶ୍ୱଥ ପଛରେ ପକାଇ ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି ।ଅଶ୍ୱଥଙ୍କ ସ୍ୱର୍ଣ୍ଣ ସମେତ ଭାରତ ମୋଟ ୪ଟି ପଦକ ଜିତିଛି । ୱେବ୍ ଟେକ୍ନୋଲୋଜିରେ କର୍ଣ୍ଣାଟକର ପ୍ରଣବ ଉଦୟର ନୁତାଲପତିି ରୌପ୍ୟ ବିଜୟୀ ହୋଇଛନ୍ତି । ସେହିଭଳି ମହାରାଷ୍ଟ୍ରର ଶ୍ୱେତା ରତନପୁରା ଓ ସଞ୍ଜୟ ପ୍ରାମାଣିକ ଯଥାକ୍ରମେ ଗ୍ରାଫିକ୍ ଡିଜାଇନ୍ ଟେକ୍ନୋଲୋଜି ଓ ଗହଣା କୌଶଳରେ ବ୍ରୋଞ୍ଜ ଜିତିଛନ୍ତି । ଏହାଛଡ଼ା ଆଇଟି ସଫ୍ଟୱେର ସଲ୍ୟୁସନ ଫର୍ ବିଜ୍ନେସ୍, ୱେଲ୍ଡିଂ, ଅଟୋ ବଡି ରିପେୟାର, କାର୍ ପେଣ୍ଟିଂ ଭଳି ୧୪ଟି କୌଶଳ ପ୍ରତିଯୋଗିତାରେ ଭାରତ ୧୪ଟି ମେଡାଲ ଅଫ୍ ଏକ୍ସିଲେନ୍ସ ପଦକ ପାଇଛି ।ଅଶ୍ୱଥଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗ୍ଚି ଓ ସି ଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂ ଅଧ୍ୟକ୍ଷ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୱାର୍ଲ୍ଡ ସ୍କିଲ୍ ୨୦୧୯ରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଥିବା ସ୍କିଲ୍ଡ ଇନ୍ ଓଡ଼ିଶା ଯୁବକ ଅଶ୍ୱଥଙ୍କୁ ଅଭିନନ୍ଦନ । ୱାଟର ଟେକ୍ନୋଲୋଜିରେ ନିଜର ସର୍ବୋତ୍ତମ କୌଶଳ ଦେଖାଇଥିବାରୁ ଓଡ଼ିଶା ତାଙ୍କ ପାଇଁ ଗୌରବାନ୍ୱିତ । ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ରୁଷିଆରେ ଅନୁଷ୍ଠିତ ୱାର୍ଲ୍ଡ ସ୍କିଲ୍ସ ୨୦୧୯ରେ ଭାରତ ପାଇଁ ପ୍ରଥମ ଥର ସ୍ୱର୍ଣ୍ଣ ଆଣିଥିବାରୁ ଅଶ୍ୱଥ ନାରାୟଣଙ୍କୁ ଅଭିନନ୍ଦନ । ପ୍ରତିଯୋଗିତାରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବିଶ୍ୱ ଦକ୍ଷତା ମାନଚିତ୍ରରେ ଏକ ଛାପ ଛାଡ଼ିଛି ଓ ଏହା ଆଗାମୀ ଦିନରେ ଆମର କୌଶଳ ଆକାଂକ୍ଷୀଙ୍କୁ ପ୍ରେରଣା ଦେବ ।ସୂଚନା ଥାଉକି, ୱାର୍ଲ୍ଡ ସ୍କିଲ୍ସରେ ପ୍ରଥମ ଥର ପାଇଁ ଓଡ଼ିଶା ଅଂଶଗ୍ରହଣର ସୁଯୋଗ ପାଇଛି । ଭାରତର ୪୮ ଜଣିଆ ଟିମ୍ରେ ରାଜ୍ୟର ୩ ଜଣ ଏଥିପାଇଁ ଚୟନ ହୋଇଥିଲେ । ୱାଟର ଟେକ୍ନୋଲୋଜିରେ ଅଶ୍ୱଥ, ଏମ୍-କାଡ୍ରେ ଜେନୋଫୋନ ଦାସ ଓ ସିଏନ୍ସିରେ ଅବିନାଶ ସ୍ୱାଇଁ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons