ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ: ୨୦୦ ମିଟରରେ ଦୂତି ପଞ୍ଚମ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ଅଲିମ୍ପିଆନ ଦୂତି ଚାନ୍ଦ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ମାତ୍ର ସେ ୨୦୦ ମିଟରରେ ବିଫଳ ହୋଇଛନ୍ତି । ପଞ୍ଚମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଛନ୍ତି । ଫାଇନାଲ୍ରେ ସେ ୨୩.୩୦ ସେକେଣ୍ଡ ନେଇଥିଲେ ।
ହିଟ୍ରେ ୨୪.୦୮ ସେକେଣ୍ଡ ନେଇ ଦୂତି ସେମିରେ ପ୍ରବେଶ କରିଥିଲେ । ସେମି ଫାଇନାଲରେ ତାଙ୍କ ଟାଇମିଂ ବେଶ ଉନ୍ନତ ରହିଥିଲା । ସେ ନିର୍ଦ୍ଧାରିତ ଦୂରତାକୁ ୨୩.୨୪ ସେକେଣ୍ଡରେ ଅତିକ୍ରମ କରିଥିଲେ । ମାତ୍ର ଫାଇନାଲରେ ଦୂତିଙ୍କ ଟାଇମିଂ ଖରାପ ରହିଥିଲା । ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସର ୧୦୦ ମିଟରରେ ସ୍ୱର୍ଣ୍ଣ ଜିତିବାରେ ଦୂତି ହେଉଛନ୍ତି ପ୍ରଥମ ଭାରତୀୟ । ଏହି ପଦକ ଜିତି ସେ ଇତିହାସ ରଚିଥିଲେ । ତାଙ୍କ ସଫଳତାରେ ଖୁସି ହୋଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons