{ ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ } : କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଜୁନିୟର କଲେଜ ରେ ଗୁରୁବାର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ବ୍ୟାରୀ ଙ୍କ ଅଧ୍ୟକ୍ଷତା ରେ ଓଡିଶା ର ପ୍ରଥମ ମୁଖ୍ୟମନ୍ତ୍ରୀ ଡ ହରେକୃଷ୍ଠ ମହତାବ ଙ୍କ ୧୨୫ ତମ ଜୟନ୍ତୀ ପାଳିତ ହୋଇଯାଇଅଛି। ପ୍ରାରମ୍ଭ ରେ ଉପସ୍ଥିତ ଅତିଥୀଗଣ ମହତାବ ଙ୍କ ଫଟୋଚିତ୍ର ରେ ପୁଷ୍ପମାଳ୍ୟ ଓ ଦୀପ ପ୍ରଜ୍ଜଳନ କରିଥିଲେ। ଏହି ଅବସର ରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ମହତାବ ଙ୍କୁ ଆଧୁନିକ ଓଡିଶା ର ନିର୍ମାତା,ମହାନ ସ୍ବାଧିନତା ସଂଗ୍ରାମୀ,ରାଷ୍ଟନାୟକ,ସମାଜ ସସ୍ଖାରକ,ସାମ୍ବାଦିକ ବୋଲି ପ୍ରକାଶ କରି ଓଡିଶା ଗଠନ ରେ ତାଙ୍କର ଅବଦାନ ବିଷୟରେ ଉଦବୋଧନ ଦେଇଥିଲେ। ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ସଭା ସଂଯୋଜକ କରିଥିବା ବେଲେ ଅଧ୍ୟାପିକା ଭାବନା ପାଣ୍ଡେ ସ୍ବାଗତ ଭାଷଣ ଓ ଅତିଥୀ ପରିଚୟ ପ୍ରଦାନ କରିଥିଲେ। ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର ବିଜୟୀ ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅଥିଥି ସୁବାଷ ଚନ୍ଦ୍ର ନାଏକ ମାନପତ୍ର ବଣ୍ଟନ କରିଥିଲେ lଶେଷରେ ଅଧ୍ୟାପକ ସତ୍ୟନାରାରଣ ପଟେଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ଅଧ୍ୟାପକ ସୁଧୀର କୁମାର ନାଏକ,ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ,ଡିଇଓ ସମିନ ରଞନ ନାଏକ,ଅଣଶିକ୍ଷକ ଜୟଦେବ ରାଉତ ଓ ଅସିମ କୁମାର ପରୁଆ ଉପସ୍ଥିତ ରହି ସଭା ରେ ସହଯୋଗ କରିଥିଲେ। କଲେଜ ର ଉଭୟ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.