{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅଧିନ ଜି.ରମ୍ଭା ଗ୍ରାମ ନିକଟ ବେଡିଗୋବା ଆଶ୍ରୟସ୍ଥଳ ନିକଟରୁ ପୁଲିସ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ଏସ୍ ଆଇ ଲକ୍ଷ୍ମୀଧର ମହାନ୍ତି ପେଟ୍ରୋଲିଂ କରୁଥିବା ସମୟରେ ଆଶ୍ରୟସ୍ଥଳ ନିକଟରେ ଜଣେ ବ୍ୟକ୍ତି ୨ ଟି ବ୍ୟଗ ଧରି ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ତା ନିକଟକୁ ଯାଇ ଯାଞ୍ଚ କରିବା ପରେ ସେଥିରୁ ଗଞ୍ଜେଇ ବାହାରିଥିଲା। ଓଜନ କରିବା ପରେ ସେଥିରେ ୨୨ କେଜି ୪୪୦ ଗ୍ରାମ ଗଞ୍ଜେଇ ରହିଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି। ଏହାପରେ କେସ ନମ୍ବର ୭୯୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଠାରୁ ଗଞ୍ଜେଇ ସହ ୧୫ ଶହ ଟଙ୍କା ଓ ମୋବାଇଲ ଜବତ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।


Comments are closed, but trackbacks and pingbacks are open.