ନବୀନଙ୍କ ନିରାଡ଼ମ୍ବର ଜନ୍ମଦିନ:‘ଜୀବନ ବିନ୍ଦୁ’ରେ ୧୨,୩୨୫ ୟୁନିଟ୍ ରକ୍ତ ସଂଗ୍ରହ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଜି ୭୪ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ପୂର୍ବ ଘୋଷଣା ଅନୁଯାୟୀ ଜନ୍ମଦିନ ପାଳନ କରିନାହାନ୍ତି ନବୀନ । ଜନ୍ମଦିନଟି ସମ୍ପୂର୍ଣ୍ଣ ନିରାଡ଼ମ୍ବର ଥିଲା । ନବୀନ ନିବାସରେ ନା ନେତାଙ୍କ ଗହଳି ଥିଲା ନା କୌଣସି ଶୁଭେଚ୍ଛୁ ଫୁଲତୋଡ଼ା ଧରି ପହଞ୍ଚିଥିଲେ ।
ତେବେ ନବୀନଙ୍କ ଜନ୍ମଦିନରେ ବିଜୁ ଜନତା ଦଳ ରାଜ୍ୟର ୭୭ଟି ପ୍ରମୁଖ ସ୍ଥାନରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଆୟୋଜନ କରିଥିଲା । ଭୁବନେଶ୍ୱରସ୍ଥିତ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ମେଗା ରକ୍ତଦାନ କାର୍ଯ୍ୟକ୍ରମ ଚାଲିଥିଲା । ଦିନ ପ୍ରାୟ ୧୧ଟା ୪୦ ମିନିଟରେ ନବୀନ ପହଞ୍ଚିଥିଲେ ବିଜେଡି କାର୍ଯ୍ୟାଳୟରେ । ରକ୍ତଦାନ କାର୍ଯ୍ୟକ୍ରମକୁ ବୁଲି ଦେଖିଥିଲେ । ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା କରିଥିଲେ । ସେଠାରେ କିଛି ସମୟ ରହିବା ପରେ ନବୀନ ନିବାସକୁ ଫେରି ଆସିଥିଲେ ନବୀନ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଲୋକ ସେବା ଭବନ ଯାଇଥିଲେ । ବିଭିନ୍ନ ବୈଠକ କରିଥିଲେ । ମୋ’ ସରକାର କାର୍ଯ୍ୟକ୍ରମର ସମୀକ୍ଷା ମଧ୍ୟ କରିଥିଲେ ।
ନବୀନଙ୍କ ଜନ୍ମଦିନ ଅବସରରେ ରାଜ୍ୟବ୍ୟାପୀ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ମୋଟ ୧୨ ୩୨୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଆଠଗଡ଼ ଅନୁÂିତ ଶିବିରରେ ସର୍ବାଧିକ ୬ ୭୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ବ୍ରହ୍ମପୁର ଶିବିରରେ ୬୧୬ ୟୁନିଟ୍, ରାଉରକେଲାରେ ୫୧୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ତେବେ ଜିଲ୍ଲାୱାରି ରିପୋର୍ଟ ମୁତାବକ କଟକ ଜିଲ୍ଲାରେ ସର୍ବାଧିକ ୧୫୩୪ ୟୁନିଟ୍, ମୟୂରଭଞ୍ଜରେ ୧୨୩୯, ଗଞ୍ଜାମରେ ୧୧୯୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ।
ଭୁବନେଶ୍ୱରସ୍ଥିତ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୩୭୨ଜଣ ରକ୍ତଦାତା ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ, ସାଂସଦ ଅମର ପଟ୍ଟନାୟକ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ବିଜୟ ନାୟକ, ସଂଖ୍ୟାଲଘୁ ସେଲ୍ ସଭାପତି ମୁନ୍ନା ଖାଁ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅମରେଶ ଜେନା, ମହିଳା ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶହଶହ ସଂଖ୍ୟାରେ ଯୁବ, ମହିଳା, ଛାତ୍ର ସଂଗଠନର କର୍ମକର୍ତ୍ତାମାନେ ଏଥିରେ ସାମିଲ ହୋଇଥିଲେ ।
ସୂଚନାଯୋଗ୍ୟ, ଚଳିତବର୍ଷ ବାତ୍ୟା ‘ଫୋନି’ ଯୋଗୁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ନବୀନ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଥିଲେ । ଏପରିକି କେହି ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବା ପାଇଁ ନିବେଦନ କରିଥିଲେ । ଏହା ପରିବର୍ତ୍ତେ ଅନାଥ ଆଶ୍ରମ କିମ୍ବା ଭିନ୍ନକ୍ଷମ ପିଲାଙ୍କ ସ୍କୁଲକୁ ଯାଇ ସେମାନଙ୍କ ପାଇଁ କିଛି କରିବାକୁ ନିବେଦନ କରିଥିଲେ ନବୀନ । ତାଙ୍କ ପରାମର୍ଶ ଅନୁଯାୟୀ ଅନେକ ନେତା ଆଜି ଅନାଥ ଆଶ୍ରମ ଓ ଭିନ୍ନକ୍ଷମ ସ୍କୁଲକୁ ଯାଇ ପିଲାଙ୍କ ସହ ସମୟ ବିତାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons