ମିଛ ପ୍ରତିଶ୍ରୁତି: ପ୍ରେମିକା ଗର୍ଭବତୀ

Get real time updates directly on you device, subscribe now.

ଜଳେଶ୍ୱର : ଲଭ, ସେକ୍ସ, ଧୋକା। ବିବାହ ପ୍ରତିଶ୍ରୁତି ଦେଇ ସଂପର୍କ ରଖିବା ପରେ ଏବେ ବିବାହ କରିବାକୁ ମନା କରିଦେଇଛି ପ୍ରେମିକ। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ତାଳସାରୀ ଥାନା ଅନ୍ତର୍ଗତ ଚନ୍ଦନେଶ୍ୱର ଅଂଚଳରୁ । ଅଭିଯୋଗ ଅନୁଯାଇ ଚନ୍ଦନେଶ୍ୱର ଅଂଚଳର ଜନୈକ ଯୁବକ ବିଗତ ୪ ବର୍ଷ ଧରି ସେହି ଅଂଚଳର ଜଣେ ଯୁବତୀଙ୍କୁ ଭଲ ପାଇ ତାଙ୍କ ସହ ସଂପର୍କ ରଖିଥିଲେ ।
ଯୁବତୀ ଜଣଙ୍କ ଗର୍ଭବତୀ ହେବା ଜାଣିବା ପରେ ବାହା ହେବାକୁ ମନା କରିଦେଇଛି ଧୋକାବାଜ୍‌ ପ୍ରେମିକ। ଯୁବତୀ ଜଣକ କହିଛନ୍ତି ଯେ, ମତେ ଭଲ ପାଇ ବିବାହ କରିବାକୁ ଭରସା ଦେଇଥିଲେ। ଭଲ ପାଇବା ପରେ ସେ ମୋ ସହ ଶାରୀରିକ ସମ୍ପର୍କ ରଖି ଆସୁଛନ୍ତି। ଏବେ ମୁଁ ଗର୍ଭବତୀ ହୋଇଥିବାରୁ ସେ ବିବାହ କରିବାକୁ ମନା କରୁଛନ୍ତି। ମତେ ମାରଧର କରୁଛନ୍ତି। ମତେ ମାଡ଼ ମାରିବା ସହ ବ୍ଲାକମେଲିଂ କରି ଚାଲୁଛନ୍ତି।
ତେବେ କୌଣସି ଉପାୟ ନପାଇ ଯୁବତୀ ଜଣକ ପ୍ରେମିକ ବିରୋଧରେ ତାଳସାରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି ପୁଲିସ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons