ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ତାଲା

Get real time updates directly on you device, subscribe now.

ବାରିପଦା: ପାଠ ପଢ଼ାଇବା ବାହାନାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ଜଣେ ଲମ୍ପଟ ଶିକ୍ଷକ! ଏହାକୁ ନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଶିକ୍ଷକଙ୍କୁ ଶ୍ରେଣୀ ଗୃହରେ ପୂରାଇ ତାଲା ପକାଇ ଦେଇଛନ୍ତି। ଆଜି ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ସୁରକ୍ଷା ଦୃଷ୍ଟିରୁ ସ୍କୁଲ ଓ ଆଖପାଖ ଅଞ୍ଚଳରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଗତକାଲି ସ୍କୁଲର ସହକାରୀ ଶିକ୍ଷକ ପ୍ରଶାନ୍ତ ଭୁଜବଳ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ପାଖକୁ ଡାକିଥିଲେ। ଛାତ୍ରୀ ଜଣକ ଆସିବା ପରେ ଶିକ୍ଷକ ତାଙ୍କ ଫ୍ରକ୍‌ ଟେକିବା ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଏ ନେଇ ହଷ୍ଟେଲ୍‌ ୱାଡ଼େନ୍‌ଙ୍କୁ ଜଣାଇଥିଲେ। ପରେ ଏହି ଘଟଣା ପ୍ରଘଟ ହୋଇଥିଲା।
ଆଜି ସମ୍ପୃକ୍ତ ଶିକ୍ଷକ ସ୍କୁଲ ଆସିଥିଲେ। ଆଉ ସ୍କୁଲରେ ଶିକ୍ଷକଙ୍କୁ ଦେଖି ଅଭିଭାବକମାନେ ଛାତ୍ରୀ ଅସଦାଚରଣ ସମ୍ପର୍କରେ ପଚାରିଥିଲେ। ମାତ୍ର ସେ ସଠିକ୍‌ ଉତ୍ତର ଦେଇପାରି ନଥିଲେ। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଗାଁ ଲୋକେ ଶିକ୍ଷକଙ୍କ କାର୍‌ ଭାଙ୍ଗି ଦେଇଥିଲେ। ଏପରିକି ଶିକ୍ଷକଙ୍କୁ କାବୁ କରି ଶ୍ରେଣୀ ଗୃହରେ ପୂରାଇ ତାଲା ପକାଇ ଦେଇଛନ୍ତି।
ଖବର ପାଇ ଆଡିସିନାଲ୍‌ ଏସ୍‌ପି, ଏସ୍‌ଡିପିଓ ଓ ସ୍ଥାନୀୟ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଅଭିଭାବକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ସେଥିରେ ସଫଳ ହୋଇନାହାନ୍ତି। ତେବେ ଅସନ୍ତୋଷ ପଢ଼ୁଥିବା ଦେଖି ସ୍କୁଲ ଓ ଆଖପାଖ ଅଞ୍ଚଳରେ ଏକ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons