୨୦ ଫୁଟ୍ ତଳକୁ ଖସିଲା ବସ୍:୩୦ରୁ ଊଦ୍ଧ୍ୱର୍ ଆହତ, ୬ ଗୁରୁତର

Get real time updates directly on you device, subscribe now.

ରାୟଗଡ(ଗଜପତି), (ବି.ବି.ନୁ୍ୟଜ୍): ଶୁକ୍ରବାର ଭୋର୍ ପ୍ରାୟ ୫ଟା ସମୟରେ ‘ଇସ୍ପାତ’ ନାମକ ଏକ ଘରୋଇ ବସ୍ ଖଜୁରିଆ ନିକଟ ଗୁଡ଼ା ଘାଟିର ନୀଳମୁଣ୍ଡା ପୋଲ ନିକଟରେ ଦୁର୍ଘଟଣା ଘଟି ପ୍ରାୟ ୨୦ଫୁଟ୍ ତଳକୁ ଖସିପଡ଼ିଛି । ଫଳରେ ୩୦ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଗଜପତି ଜିଲ୍ଲା ଖଜୁରୀଆର ଗୋÂୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ୫ଜଣଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ସେଠାରେ ଡାକ୍ତର ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା କହିଛନ୍ତି । ଖଜୁରୀଆ ଫାଣ୍ଡି ଅଧିକାରୀ ରବୀନ୍ଦ୍ର ପାତ୍ର ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ।
ସୂଚନା ଅନୁସାରେ, ପ୍ରତିଦିନ ଭଳି ଗୁରୁବାର ରାତିରେ ବସ୍ଟି ଭୁବନେଶ୍ୱର ବସ୍ଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେଇ ପାରଳାଖେମୁଣ୍ଡି ଅଭିମୁଖେ ବାହାରିଥିଲା । ଶକ୍ରବାର ସକାଳେ ପାରଳାଖେମୁଣ୍ଡି ପହଞ୍ଚôଥାନ୍ତା । ହେଲେ ଭୋର ପ୍ରାୟ ୫ଟା ବେଳେ ପାରଳାଖେମୁଣ୍ଡି ଠାରୁ ପ୍ରାୟ ୪୫କିମି ଦୂର ଖଜୁରୀପଦା ଫାଣ୍ଡି ଅଧିନ ଗୁଡ଼ା ଘାଟିର ନୀଳମୁଣ୍ଡା ପୋଲ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍ଟି ରାସ୍ତାରୁ ପ୍ରାୟ ୨୦ଫୁଟ୍ ତଳକୁ ଖସିପଡ଼ି ଓଲଟି ପଡିଥିଲା । ଫଳରେ ଯାତ୍ରାକରୁଥିବା ୩୦ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଥିଲେ । ଖବର ପାଇ ଖଜୁରୀପଦା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚô ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଖଜୁରୀପଦା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ସେଠାରେ ସମସ୍ତଙ୍କ ଚିକିତ୍ସା କରାଯାଇଥିଲେ ମଧ୍ୟ ବସ୍ ଚାଳକ ପଠାଣି ପରମାଣିକ(୪୫)ଙ୍କ ସମେତ ଟିନା ଦିଗାଲ(୧୮), ଧନୁମତି ଶବର(୬୫), ବୀର ଲିମ୍ମା(୪୫), ସୁଶୀଳା ଶବର(୫୦), ଦମୟନ୍ତି ଶବର(୫୫), ଲିଲି ଶବର(୩୬) ଆଦି ଅନ୍ୟ ୬ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନେ ଏବେବି ଖଜୁରୀପଦା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ଅବସ୍ଥା ବର୍ତ୍ତମାନ ସୁସ୍ଥ ଥିବା ଡାକ୍ତର ଏସ୍.କେଦଳେଇ କହିଛନ୍ତି । କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ୬୫/୧୯ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ ହୋଇଥିବା ଫାଣ୍ଡି ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons