୯ଟା ସୁଦ୍ଧା ହୋଇଛି ମହାରାଷ୍ଟ୍ରରେ ୫.୪୬% ଏବଂ ହରିୟାଣାରେ ୮.୭୩% ମତଦାନ

Get real time updates directly on you device, subscribe now.

ପାନିପତ : ମହାରାଷ୍ଟ୍ରର ୨୮୮ ଏବଂ ହରିୟାଣାର ୯୦ବିଧାନସଭା ଆସନରେ ମତଦାନ ଜାରି ରହିଛି। ସଙ୍ଘ ମୁଖ୍ୟ ମୋହନ ଭାଗବତ ଏବଂ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କାରୀ ନାଗପୁରରେ ଭୋଟ ଦେଇଛନ୍ତି। ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ମୋଟ୍ ୩ ହଜାର ୨୩୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।
ସେପଟେ ହରିଆଣାରେ ୯୦ ଆସନରେ ୧,୧୬୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି । ଏଠି ବି ଲୋକେ ସରକାର ବାଛିବେ । ଦେଶର କୃଷି ଓ ନିର୍ମାଣ କ୍ଷେତ୍ରକୁ ସିଂହ ଭାଗ ଅବଦାନ ଥିବା ଏହି ରାଜ୍ୟ ମଧ୍ୟ ରାଜନୈତିକ ଦୃଷ୍ଟି କୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଗତ ନିର୍ବାଚନରେ ପ୍ରଥମଥର ବିଜେପି ଏଠାରେ ନିଜ ଦମରେ କ୍ଷମତା ଦଖଲ କରିଥିଲା ।
୯ଟା ଯାଏଁ ମହାରାଷ୍ଟ୍ରର ୨୮୮ଆସନରେ ୫.୪୬% ଏବଂ ହରିୟାଣାର ୯୦ଆସନରେ ୮.୭୩% ମତଦାନ ହୋଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons