ଚଣ୍ଡିଗଡ଼ : ହରିଆଣାରେ ୯୦ ଆସନରେ ୧ ହଜାର ୧୬୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି । ୧ କୋଟି ୮୩ ଲକ୍ଷ ଭୋଟର ସେମାନଙ୍କ ମତ ସାବସ୍ତ୍ୟ କରୁଛନ୍ତି । ରାଜ୍ୟର ବରିଷ୍ଠ ନେତାମାନେ ବିଭିନ୍ନ ବୁଥରେ ନିଜର ମତଦାନ କରିଛନ୍ତି।
ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସାଇକେଲରେ ଆସି କରନାଲର ପ୍ରେମନଗର ୧୭୪ ନମ୍ବର ବୁଥରେ ଭୋଟ ଦେଇଛନ୍ତି । ସେହିପରି ଜନନାୟକ ଜନତା ପାର୍ଟି ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌଟାଲା ପତ୍ନୀ ଏବଂ ପରିବାର ଲୋକଙ୍କ ସହିତ ଟ୍ରାକ୍ଟରରେ ଆସି ଭୋଟଦାନ କରିଛନ୍ତି। ସିରସାର ବାଲ୍ ଭବନରେ ହୋଇଥିବା ବୁଥରେ ଭୋଟ ଦେଇଥିଲେ।
ଏହାବ୍ୟତୀତ ବିଧାନସଭା ବାଚସ୍ପତି କୱଁରପାଲ ଗୁର୍ଜର, ହରିୟାଣା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କୁମାରୀ ସୈଲଜା, କଂଗ୍ରେସ ପ୍ରାର୍ଥୀ ରଣଦୀପ ସିଂହ ସୁରଜେୱାଲା, ବିଜେପି ପ୍ରାର୍ଥୀ ସୋନାଲି ଫୋଗାଟ, ବବିତା ଫୋଗାଟ ପ୍ରମୁଖ ନିଜର ମତଦାନ କରିଛନ୍ତି। ଅବାଧ ଓ ନିରପେକ୍ଷ ଭୋଟ୍ ଗ୍ରହଣ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମ୍ବେଦନଶୀଳ ବୁଥ ମାନଙ୍କରେ ସିସିଟିଭି ଲଗାଯାଇଛି । ଏହା ସହ ବୁଥମାନଙ୍କରେ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ହରିୟାଣାରେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୨୨ ପ୍ରତିଶତ ମତଦାନ ହୋଇଛି ।
Comments are closed, but trackbacks and pingbacks are open.