ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜିଲ୍ଲା ଗସ୍ତ କରୁଛ । ଏ ଗସ୍ତ ବେଳେ ସଂପୃକ୍ତ ଜିଲ୍ଲାରେ ଥିବା ଅନାଥାଶ୍ରମ, ଭିନ୍ନକ୍ଷମ କେନ୍ଦ୍ର, ସ୍କୁଲ, ଶିଶୁମାନଙ୍କ ଯତ୍ନ ପାଇଁ ଥିବା ସରକାରୀ ଅନୁÂାନ ସହ ଆହାର କେନ୍ଦ୍ର ଅଚାନକ ଯାଞ୍ଚ କର । ବାହାରେ ମଧ୍ୟାହ୍ନ ଭୋଜନ ନ କରି ସ୍କୁଲ କିମ୍ବା ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଖାଅ ।
ନିଜ ମନ୍ତ୍ରୀ ଓ ବରିÂ ଅଫିସରମାନଙ୍କୁ ଏମିତି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ନବୀନ ସ୍ପଷ୍ଟ ଭାବେ ନିଦେ୍ର୍ଧଶ ଦେଇଛନ୍ତି ଯେ, ଜିଲ୍ଲାସ୍ତରରେ ଅନାଥ, ମହିଳା, ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ପାଇଁ ଥିବା ଏ ସରକାରୀ ଅନୁÂାନ କେତେ ଦକ୍ଷତାର ସହ କାମ କରୁଛି ତାହାକୁ ମନ୍ତ୍ରୀମାନେ ଅନୁଧ୍ୟାନ କରିବା ଜରୁରୀ । ଏଥିପାଇଁ ମନ୍ତ୍ରୀମାନେ ଜିଲ୍ଲା ଗସ୍ତରେ ଯିବା ବେଳେ ପୂର୍ବ ସୂଚନା ନଦେଇ ଉପରୋକ୍ତ ଅନୁÂାନଗୁଡ଼ିକୁ ଯାଇ ଅଚାନକ ଯାଞ୍ଚ କରନ୍ତୁ । ଏହାଦ୍ୱାରା ମନ୍ତ୍ରୀମାନେ ଏ ଅନୁÂାନଗୁଡ଼ିକରେ କ’ଣ ସବୁ ସମସ୍ୟା ଅଛି ତାହା ପ୍ରତ୍ୟକ୍ଷ ଭାବେ ଜାଣିପାରିବେ । ଏହାଦ୍ୱାରା ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଏ ଅନୁÂାନଗୁଡ଼ିକର ପରିଚାଳନାରେ ଉନ୍ନତି ଆସିବା ସହ ପ୍ରତିବନ୍ଧକ ହଟି ସମସ୍ୟାର ସମାଧାନ ହୋଇପାରିବ । ଜିଲ୍ଲା ଗସ୍ତ ବେଳେ ବିଭିନ୍ନ ବିଭାଗର ବରିÂ ଅଧିକାରୀମାନେ ମଧ୍ୟ ଏଭଳି ଅନୁଧ୍ୟାନ କରନ୍ତୁ ଏବଂ ମଧ୍ୟାହ୍ନଭୋଜନ ଖାଆନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ଏପରିକି ମନ୍ତ୍ରୀମାନେ ସ୍କୁଲ କିମ୍ବା ଆହାର କେନ୍ଦ୍ରରେ ମଧ୍ୟାହ୍ନଭୋଜନ କଲେ ଖାଦ୍ୟର ଗୁଣବତ୍ତା ସଂପର୍କରେ ଭଲ ଭାବରେ ଜାଣିପାରିବେ । ତେବେ ଏ ଗସ୍ତକୁ ଯଥାସମ୍ଭବ ଗୁପ୍ତ ରଖିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେବା ସହ ସାଙ୍ଗରେ ଯେପରି ୩-୪ ଜଣରୁ ଅଧିକ ଲୋକ ନ ଯାଆନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲା ଗସ୍ତ ବେଳେ ନିଜ ଆଖିରେ ଯାହାସବୁ ଦେଖିଲେ ସେ ସଂପର୍କରେ ମନ୍ତ୍ରୀମାନେ ମାସିକିଆ ଗସ୍ତ ରିପୋର୍ଟରେ ବିସ୍ତୃତ ସୂଚନା ଦିଅନ୍ତୁ । ଏହାସହ ବ୍ୟବସ୍ଥାରେ କ’ଣ ପରିବର୍ତ୍ତନ ଆଣିଲେ ଏହି ସବୁ ଅନୁÂାନ ଅଧିକ ଦକ୍ଷତାର ସହ କାମ କରିବ ଓ ଲୋକମାନେ ସୁଫଳ ପାଇପାରିବେ ସେ ସଂପର୍କରେ ମଧ୍ୟ ମନ୍ତ୍ରୀମାନେ ପରାମର୍ଶ ଦେବାକୁ ନବୀନ ନିଦେ୍ର୍ଧଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ୫ମ ପାଳିରେ ନବୀନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବେ ପରେ ବିକଶିତ ଓଡ଼ିଶା ଗଠନ କରିବାକୁ ନୂଆ ପଦକ୍ଷେପ ନେଉଛନ୍ତି । ଏପରିକି ଶାସନର କେନ୍ଦ୍ରବିନ୍ଦୁରେ ସାଧାରଣ ଲୋକଙ୍କୁ ରଖିବାକୁ ‘ ୫-ଟି’ ଓ ‘ ମୋ ସରକାର’ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମନ୍ତ୍ରୀମାନେ ପ୍ରତି ମାସରେ କ’ଣ କାମ କରିଛନ୍ତି ତା’ର ରିପୋର୍ଟ କାର୍ଡ ତାଙ୍କ କାର୍ଯ୍ୟାଳୟକୁ ଦେବାକୁ ନିଦେ୍ର୍ଧଶ ଜାରି ହୋଇଥିଲା । ମନ୍ତ୍ରୀମାନେ ମାସିକିଆ ରିପୋର୍ଟ କାର୍ଡ ଦାଖଲ କରୁଥିଲା ବେଳେ ଏବେ ଏହିସବୁ ଅନୁÂାନ ପରିଦର୍ଶନ କରିବା ସହ ମଧ୍ୟାହ୍ନଭୋଜନ ଗ୍ରହଣ କରିବେ । ସଚିବ ଓ ଅନ୍ୟ ବରିÂ ଅଧକାରୀମାନେ ଏଣିକି ଜିଲ୍ଲା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କ ଏ ପରାମର୍ଶ ମାନିବାକୁ ନିଦେ୍ର୍ଧଶନାମାରେ କୁହାଯାଇଛି ।
Comments are closed, but trackbacks and pingbacks are open.