ଭୁବନେଶ୍ୱର,(ବି.ବି.ବୁ୍ୟରୋ) : ଭୁବନେଶ୍ୱରରେ ଇଏସ୍ଆଇ ମେଡିକାଲ କଲେଜର ଆଶା ମଉଳିଛି । ସୁପ୍ରମକୋର୍ଟଙ୍କ ନିଦେ୍ର୍ଧଶର ଦ୍ୱାହି ଦେଇ ଆଜି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସିଧାସଳଖ ମନା କରିଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ରହିଛି, ଶ୍ରମ ମନ୍ତ୍ରାଳୟ କେବଳ ଶ୍ରମିକଙ୍କ କଲ୍ୟାଣ କଥା ବୁଝିବ । ମେଡିକାଲ କଲେଜ ଖୋଲିବା ଦାୟିତ୍ୱ ହେଉଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ତେବେ ଯେଉଁ ଜିଲ୍ଲାରେ ୫୦ ହଜାରରୁ ଅଧିକ ଶ୍ରମିକ ଥିବେ, ସେଠାରେ ଇଏସ୍ଆଇର ୧୦୦ବେଡ୍ । ୨୦ ହଜାର ଶ୍ରମିକ ଥିଲେ ୩୦ ବେଡ୍ ବିଶିଷ୍ଟ ହସ୍ପିଟାଲ ଖୋଲିବ ।
ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ କ୍ଷେତ୍ରୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଙ୍ଗୱାର କହିଛନ୍ତି, ସ୍ୱାଧୀନତା ପରେ ଶ୍ରମିକଙ୍କ କଲ୍ୟାଣ ପାଇଁ ଯେଉଁ ଆଇନ୍ ତିଆରି ହୋଇଥିଲା । ଏବେ ବି ସେହି ଆଇନ୍ରେ କାମ ଚାଲିଥିଲା । ଏବେ ସରକାର କେତେକ ଆଇନରେ ପରିବର୍ତ୍ତନ ଆଣିଛନ୍ତି । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀକୁ ସଂଶୋଧନ କରାଯାଇଛି । ରାଜ୍ୟ ସରକାର ଏହାକୁ କେମିତି ଲାଗୁ କରିବେ, ସେ ନେଇ ଆଜି ବୈଠକରେ ଆଲୋଚନା ହେବ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ରହିଲେ ହିଁ ଶ୍ରମିକଙ୍କ ସ୍ୱାର୍ଥ ପୂରଣ ହୋଇପାରିବ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏବେ ଦେଶରେ ୮ କୋଟି ସଂଗଠିତ ଶ୍ରମିକ ରହିଛନ୍ତି । ଅଣସଂଗଠିତ ଶ୍ରମିକଙ୍କ ସଂଖ୍ୟା ପାଖାପାଖି ୫୦ କୋଟି ହେବ । ଏମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିଲେ । ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ ଯୋଜନା ଆରମ୍ଭ ହୋଇଛି । ଏଥିରେ ୬୦ ବର୍ଷ ପରେ ଶ୍ରମିକଙ୍କୁ ପେନ୍ସନ ଦେବାର ବ୍ୟବସ୍ଥା ରହିଛି । ଏବେ ସୁଦ୍ଧା ୩୫ ଲକ୍ଷ ଶ୍ରମିକ ଏଥିରେ ଯୋଡ଼ି ହୋଇଥିବା ବେଳେ ସରକାର ଏହାକୁ ୩୫ ରୁ ୪୦ କୋଟି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଖାଲି ଏତିକି ନୁହେଁ, ଆଗାମୀ ଦିନରେ ସରକାର ଶ୍ରମିକଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ପାଇଁ ନୂଆ ନିୟମ ଆଣିବାକୁ ଯାଉଛନ୍ତି । ଶ୍ରମିକ ଜଣଙ୍କ ଗୋଟିଏ ଅଫିସରେ ଜଏନ୍ କରିବା ସମୟରେ ତାର ସ୍ୱାସ୍ଥ୍ୟ ପରୀକ୍ଷା ହେବ । ଏହାବାଦ୍ ବର୍ଷକୁ ବର୍ଷ ମଧ୍ୟ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ହେବ । ମହିଳା ଶ୍ରମିକଙ୍କ ପାଇଁ ମଧ୍ୟ ସରକାର କର୍ମ ସଂସ୍ଥାନରେ ସୁରକ୍ଷା ପାଇଁ ଆଇନରେ ବ୍ୟବସ୍ଥା କରୁଛନ୍ତି ।
ସମ୍ମିଳନୀରେ ଯୋଗଦେଇ ଓଡ଼ିଶାର ଶ୍ରମ ଓ ଇଏସ୍ଆଇ ମନ୍ତ୍ରୀ ସୁଶାନ୍ତ ସିଂହ ପାରାଦୀପରେ ୧୦୦ ଶଯ୍ୟା, ଜୟପୁର, ବ୍ରହ୍ମପୁର ଓ ବାଲେଶ୍ୱରରେ ୩୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି । ଏହାବାଦ୍ ମନ୍ତ୍ରୀ ଭୁବନେଶ୍ୱରରେ ମେଡିକାଲ କଲେଜ କଥା ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ରାଜ୍ୟରେ ଶ୍ରମିକ କଲ୍ୟାଣ ପାଇଁ ଚାଲୁ ରହିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି, ରାଜ୍ୟ ସରକାର ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ୨୭ ଲକ୍ଷ ଶ୍ରମିକଙ୍କ ପାଇଁ ୧୪୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି । ଅନ୍ଲାଇନ ପଞ୍ଜିକରଣଠୁ ଆରମ୍ଭ କରି ସୁବିଧା ସୁଯୋଗର ଅର୍ଥ ସିଧାସଳଖ ଟଙ୍କା ଟ୍ରାନ୍ସଫର, ଅନ୍ଲାଇନ ସେସ୍ ଆଦାୟ, ନିର୍ମାଣ କୁଶୁମ ଜରିଆରେ ନିର୍ମାଣ ଶ୍ରମିକଙ୍କୁ ବୈଷୟିକ ଶିକ୍ଷା ଦିଆଯାଉଛି । ବାସଗୃହ ଦେବାକୁ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା ମଧ୍ୟ ଚାଲୁ ରହିଛି ।
ଏହାବାଦ୍ ରାଜ୍ୟରେ ଶ୍ରମିକ ନିଦେ୍ର୍ଧଶାଳୟ ଅଧୀନରେ ଥିବା ୧୪ ସେବା, ଫ୍ୟାକ୍ଟରିସ୍ ଆଣ୍ଡ ବଏଲର ନିଦେ୍ର୍ଧଶାଳୟର ୧୮ ସେବାକୁ ଓଆର୍ଟିପିଏସ୍ ଆଇନ୍-୨୦୧୨ରେ ଅର୍ନ୍ତଭୁକ୍ତ କରାଯାଇଛି । ଏହି ସବୁ ସେବା ପାଇଁ ଟାଇମ୍ ବାଉଣ୍ଡ ରହିଛି ।
ଆଜିର ସମ୍ମଳନୀରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି, ଶିଳ୍ପାନୁÂାନ ସହିତ ସମ୍ପର୍କ, ସାମାଜିକ ନିରାପତ୍ତା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ କରିବାର ପରିବେଶ ସମ୍ପର୍କରେ କୋଡ ତିଆରି କରିବାରେ ସହାୟକ ହେବ ବୋଲି ଶ୍ରୀ ସିଂହ ଆଶାବ୍ୟକ୍ତ କରିଛନ୍ତି ।
ରାଜ୍ୟ ଶ୍ରମମନ୍ତ୍ରୀ ବାହାରକୁ ଯାଉଥିବା ଶ୍ରମିକଙ୍କ ପାଇଁ ହେଲ୍ପ ଡେସ୍କ ଖୋଲିଛି । ଏଥିପାଇଁ ଲିଆସନ୍ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ବାଳ ଶ୍ରମିକ ମୁକ୍ତ ପାଇଁ ସଚେତନତା ସହ ଆଇନ୍ କାଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ରାଜ୍ୟରେ ୨୪ ଟି ଜିଲ୍ଲାରେ ନ୍ୟାସନାଲ ଚାଇଲ୍ଡ ଲେବର ପ୍ରୋଜେକ୍ଟ ହେବାକୁ ଥିବା ବେଳେ ୧୭ ଟି ଜିଲ୍ଲାରେ ସର୍ଭେ ସରିଛି । ତେବେ ପାଣ୍ଠିର ଅଭାବ ଯୋଗୁ ସ୍ପେସିଆଲ୍ ଟ୍ରେନିଂ ସେଣ୍ଟର ଖୋଲି ପାରିନି ।
ସମ୍ମିଳନୀରେ ବିହାର ସରକାରଙ୍କ ଶ୍ରମ ଓ ନିୟୋଜନ ବିଭାଗ ମନ୍ତ୍ରୀ ବିଜୟ ସିହ୍ନା କହିଛନ୍ତି, ଶ୍ରମିକଙ୍କ କଲ୍ୟାଣରେ ହିଁ ଦେଶର ଉନ୍ନତି ହୋଇ ପାରିବ । ବିହାରରେ ମଧ୍ୟ ୧ ପ୍ରତିଶତ ସେସ୍ ଆଦାୟ କରାଯାଇଛି । ତେବେ ଏହି ଅର୍ଥ ଖର୍ଚ୍ଚ ପାଇଁ ଥିବା ଆଇନରେ ପରିବର୍ତ୍ତନ ଆଣିବା ଦରକାର ।
ଛତିଶଗଡ଼ ଶ୍ରମ ବିଭାଗ ମନ୍ତ୍ରୀ ଶିବ କୁମାର ଡାହାରିଆ କହିଛନ୍ତି, ଶ୍ରମିକଙ୍କ କଲ୍ୟାଣ ପାଇଁ ଛତିଶଗଡ଼ ସରକାର ଅନେକ ପଦକ୍ଷେପ ନେଉଛି । ଅଣସଂଗଠିତ ଶ୍ରମିକଙ୍କ ପାଇଁ ନୂଆ ନୀତି ତିଆରି କରାଯାଉଛି । ଅନ୍ଲାଇନ୍ରେ ସମସ୍ତ ସୁବିଧା ସୁଯୋଗ ଦେବା ସହ ଘରୋଇ ସଂସ୍ଥାରେ କାମ କରୁଥିବା ଶ୍ରମିକଙ୍କ ଅବସର ବୟସ ୫୮ ବର୍ଷ ପରିବର୍ତ୍ତେ ୬୦ ବର୍ଷକୁ ବୃଦ୍ଧି କରାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ମନ୍ତ୍ରାଳୟର ସଚିବ ହିରାଲାଲ ସମାରିଆ, ଅତିରିକ୍ତ ସଚିବ ଶ୍ରମ ମନ୍ତ୍ରାଳୟ ଅନୁରାଧା ପ୍ରସାଦ ଓ ଇଏସ୍ଆଇ ମନ୍ତ୍ରାଳୟର ଡିଜି ରାଜକୁମାରଜୀ ଉପସ୍ଥିତ ଥିଲେ । ସମ୍ମିଳନୀରେ ଓଡ଼ିଶା ସମେତ ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଅଣ୍ଡାମାନ ନିକୋବର (କେନ୍ଦ୍ର ଶାସିତ ଅଞ୍ଚଳ)ର ଶ୍ରମ ବିଭାଗର ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.