ମସ୍କୋ: ଋଷ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଋଷ ଏବଂ ଓଡ଼ିଶା ମଧ୍ୟରେ ପ୍ରତ୍ୟକ୍ଷ ବାଣିଜି୍ୟକ ସମ୍ପର୍କ ସ୍ଥାପନ ପାଇଁ ପଥ ପରିଷ୍କାର କରିବାକୁ ପଦକ୍ଷେପ ନେଇଛନ୍ତି । ‘ଋଷର ଭ୍ଲାଡିଭୋଷ୍ଟୋକ ଏବଂ ଓଡ଼ିଶାର ପାରାଦୀପ ସହର ପରସ୍ପରର ଉତ୍ତମ ସହଯୋଗୀ ବନ୍ଦର ହୋଇପାରିବେ । ଋଷରୁ ଅଶୋଧିତ ତୈଳ ଏବଂ କୋକିଂ କୋଲ ଭ୍ଲାଡିଭୋଷ୍ଟୋକ ଦେଇ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ଆସିପାରିବ । ଯଦ୍ଧ୍ୱାରା ଋଷିଆ ଏବଂ ଓଡିଶା ମଧ୍ୟରେ ଉର୍ଜା ସେତୁ ସଂଯୋଗର ବିକାଶ ହୋଇପାରିବ’ ବୋଲି ଋଷର ଡେଭଜଡା ଜାହାଜ ଶିଳ୍ପ ପରିଦର୍ଶନ କରିବା ଏବଂ ରୋଜନେଫଟର ସିଇଓଙ୍କ ସହ ସାକ୍ଷାତ ଆଲୋଚନା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ସେହିପରି କୋଇଲା କ୍ଷେତ୍ରରେ ଋଷ ସହ ଦୀର୍ଘକାଳୀନ ସହଯୋଗ ଭାରତରେ କୋକିଂ କୋଲର ଚାହିଦାକୁ ପୂରଣ କରିପାରିବ ବୋଲି ପାଞ୍ଚଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୁଧବାର ଋଷର ବିଭିନ୍ନ ମନ୍ତ୍ରୀ ଏବଂ ବରିÂ ଅଧିକାରୀଙ୍କ ସହ ବୈଠକ ପରେ ସୂଚନା ଦେଇଛନ୍ତି ।
ଅକ୍ଟୋବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଋଷ ଓ ଜାପାନ ଗସ୍ତରେ ଯାଇଥିବା ଶ୍ରୀ ପ୍ରଧାନ ଗସ୍ତର ଦ୍ୱିତୀୟ ଦିନରେ ଋଷର ପୂର୍ବାଞ୍ଚଳ ଏବଂ ଆର୍କଟିକ୍ ଅଞ୍ଚଳର ବିକାଶ ଦାୟିତ୍ୱରେ ଥିବା ସେଠାକାର ପ୍ରଥମ ଉପମନ୍ତ୍ରୀ ସର୍ଗେ ତୃତ୍ସେଭଙ୍କ ସହ ଦୁଇ ଦେଶ ମଧ୍ୟରେ ଉର୍ଜା କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିଛନ୍ତି । ଉଭୟ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଉର୍ଜା ସହଯୋଗକୁ ବୃଦ୍ଧି କରିବା ବିଶେଷ ଭାବରେ କୋକିଂ କୋଲ ଏବଂ ଅନ୍ୟାନ୍ୟ ଉର୍ଜା ସ୍ରୋତର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ଋଷିଆନ ରେଳ ବିଭାଗର ଉପମୁଖ୍ୟ ବାଦିମ୍ ମିଖୋଲୋଭ୍ଙ୍କୁ ଭେଟି ଶ୍ରୀ ପ୍ରଧାନ କୋକିଂ କୋଲର ପରିବହନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଋଷିଆନ ରେଳର ଉପମୁଖ୍ୟ ସୂଚନା ଦେଇଥିଲେ ଯେ ଯାତ୍ରୀଙ୍କ ଭିଡକୁ କମ୍ କରିବା ଏବଂ ବନ୍ଦର ଓ ଖଣିଜ କେନ୍ଦ୍ର ସହ ଉତ୍ତମ ସଂଯୋଗ ସ୍ଥାପନ ପାଇଁ ଋଷିଆନ ରେଳ ୨୦୨୦ ସୁଦ୍ଧା ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବ । ଶ୍ରୀ ପ୍ରଧାନ ଭୋଷ୍ଟୋଚିନେ ଇଂଟରମୋଡାଲ କଂଟେନର ବନ୍ଦରର ବରିÂ ଅଧିକାରୀଙ୍କୁ ବି ଭେଟିଥିଲେ । ସାକ୍ଷାତକାଳରେ ଶ୍ରୀ ପ୍ରଧାନ ବନ୍ଦରର ସଂପ୍ରସାରଣ ଏବଂ ଘରୋଇ ଇସ୍ପାତ ଉଦ୍ୟୋଗ ପାଇଁ କୋକିଂ କୋଲକୁ ସଂରକ୍ଷିତ ରଖିବାର ବିଭିନ୍ନ ପଦ୍ଧତି ଉପରେ ଚର୍ଚ୍ଚା କରିଥିଲେ ।
ସେହିପରି ଶ୍ରୀ ପ୍ରଧାନ ଋଷିଆନ ଷ୍ଟେଟ୍ ଜିଓଗ୍ରାଫିକାଲ କମ୍ପାନୀ(ଆରଓଏସିଜିଇଓ)ର ଉପାଧ୍ୟକ୍ଷଙ୍କୁ ଭେଟି କୋକିଂ କୋଲ, ତୈଳ, ଗ୍ୟାସ ଏବଂ ମୂଲ୍ୟବାନ ଧାତୁ ତଥା ଲିଥିୟମ ଯୋଗାଣ କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା କରିଥିଲେ । ଭାରତୀୟ ଇସ୍ପାତର ଏକ ପ୍ରତିନିଧି ମଣ୍ଡଳୀ ଓ କୋଇଲା କମ୍ପାନୀର ଅଧିକାରୀମାନେ ଋଷର ବରିÂ ଅଧିକାରୀଙ୍କ ସହ ପୃଥକ ବୈଠକ କରି ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିଥିଲେ । ଉଲ୍ଲେଖନୀୟ ଯେ, ଏହ ଗସ୍ତ କାଳରେ ଶ୍ରୀ ପ୍ରଧାନଙ୍କ ସହ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାୟ, ଓଏନ୍ଜିସିର ସିଏମ୍ଡି ଓ ସେଲର ବରିÂ ଅଧିକାରୀ ପ୍ରମୁଖ ସାମିଲ ଅଛନ୍ତି ।
Comments are closed, but trackbacks and pingbacks are open.