ନୂଆଦିଲ୍ଲୀ: ମେରୁଦଣ୍ଡର ନିମ୍ନଭାଗରେ ଫାଟ୍ ହେବା କାରଣରୁ ଜାତୀୟ ଦଳରୁ ଦୂରେଇ ରହିଥିବା ପେସ୍ ବୋଲର ଜଶପ୍ରୀତ୍ ବୁମ୍ରା ଖୁବଶୀଘ୍ର ଆକ୍ସନକୁ ଫେରିବେ । ଏବିଷୟରେ ସୂଚନା ଦେଇଛନ୍ତି ଭାରତୀୟ ଦଳ ବୋଲିଂ କୋଚ୍ ଭରତ ଅରୁଣ । ସେ କହିଛନ୍ତି, ଏବେ ଆହତ ବୁମ୍ରାଙ୍କର ଅସ୍ତେ୍ରାପଚାରର ଆବଶ୍ୟକତା ନାହିଁ । ସେ ଡାକ୍ତରୀ ଦଳ ପର୍ଯ୍ୟବେକ୍ଷଣରେ ଅଛନ୍ତି । ସେ ଆସନ୍ତା ବର୍ଷ ନୁ୍ୟଜିଲାଣ୍ଡ ଗସ୍ତ ପୂର୍ବରୁ ଫିଟ୍ ହୋଇଯିବା ସମ୍ଭାବନା ଅଧିକ ରହିଛି । ଅନ୍ୟ ପକ୍ଷରେ କୋଚ୍ ଅରୁଣ ସଦ୍ୟ ସମାପ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ରେ ଭାରତୀୟ ବୋଲିଂ ବିଭାଗର ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି ।’ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ବୁମ୍ରାଙ୍କ ମେରୁଦଣ୍ଡର ନିମ୍ନଭାଗରେ ଫାଟ ହୋଇଥିବା ଜଣାପଡ଼ିଥିଲା । ଫଳରେ ସେ ସିରିଜ୍ରୁ ଓହରି ଯାଇଥିଲେ । ନିକଟରେ ସେ ଲଣ୍ଡନ ଗସ୍ତ କରି ମେରୁଦଣ୍ଡ ବିଶେଷଜ୍ଞଙ୍କୁ ଭେଟିଥିଲେ । କିନ୍ତୁ ସେଠାରେ ତାଙ୍କୁ କ’ଣ ପରାମର୍ଶ ଦିଆଯାଇଛି, ଏନେଇ କୌଣସି ସୂଚନା ମିଳିନାହିଁ ।
Comments are closed, but trackbacks and pingbacks are open.