ନିଶାରେ ବାପ ଭାରସାମ୍ୟ ହରାଇବାରୁ ପାଞ୍ଚବର୍ଷର ପୁଅ ବ୍ରିଜରୁ ଖସି ନଦୀରେ ନିଖୋଜ: ରାଗରେ ଗ୍ରାମବାସୀ ମଦ ଦୋକାନ ଜାଳିଦେଲେ
ସୋର :ବାପ ମଦ ପିଇ ନିଶାଗ୍ରସ୍ତ ଅବସ୍ଥାରେ ପୁଅକୁ ନେଇ ସାଙ୍ଗରେ ଘରକୁ ଫେରୁଥିବା ବେଳେ ବ୍ରିଜ ଉପରୁ ଖସି ପୁଅ ନିଖୋଜ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ସୋର ଥାନା ଅଧିନ ମଧୁସୁଦନପୁର ପଞ୍ଚାୟତ ଅଗିରା ଗ୍ରାମରେ ।
ସୂଚନା ମୁତାବକ ଗ୍ରାମର ଅଇରୀ ମୁଣ୍ଡା ଏବଂ ତାଙ୍କ ପାଞ୍ଚ ବର୍ଷର ଶିଶୁପତ୍ର ବାପୁନ ମୁଣ୍ଡା ବଜାରରୁ ବାଣ କିଣି ନିକଟସ୍ଥ ଦେଶୀ ମଦ ଦୋକାନରୁ ମଦ ପିଇ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ ବ୍ରିଜ ଉପରୁ ନିଜର ଭାରସାମ୍ୟ ହରାଇ ଉଭୟ ବାପ ପୁଅ ତଳକୁ ଖସିପଡିଥିଲେ। ସୌଭାଗ୍ୟ ବଶତଋ ବାପକୁ ଗ୍ରାମବାସୀ ଉଦ୍ଧାର କରିଥିଲା ବେଳେ ପୁଅ ନିଖୋଜ ହୋଇଯାଇଥିାଲ। ଘଟଣା ସ୍ଥଳରେ ସୋର ଦମକଳ ବାହିନୀ ଉଦ୍ଧାର କାର୍ୟ୍ୟ ଜାରି ରଖିଥିଲା କୌଣସି ଠିକଣା ମିଳିପାରିନି। ଅନ୍ୟ ପକ୍ଷରେ ଉତ୍ୟକ୍ତ ଗ୍ରାମବାସୀ ବେଆଇନ ମଦ ଦୋକାନକୁ ନିଆଁ ଲଗାଇ ଜାଳି ଦେଇଛନ୍ତି।
Comments are closed, but trackbacks and pingbacks are open.