ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବିପର୍ୟ୍ୟର ସଠିକ ମୁକାବିଲା ଲାଗି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Get real time updates directly on you device, subscribe now.

ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ଆଗକୁ ଦେଖା ଦେବାକୁ ଥିବା ନୂଆ ନୂଆ ବିପର୍ୟ୍ୟୟକୁ କିଭଳି ଭାବେ ସଠିକ ମୁକାବିଲା କରାଯାଇପାରିବ ସେଥିଲାଗି ପ୍ରସ୍ତୁତି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଓଡିଶା ବିପର୍ୟ୍ୟୟ ପର୍ସ୍ତୁତି ଦିବସ ଓ ଜାତୀୟ ବିପର୍ୟ୍ୟୟ ହ୍ରାସ ଦିବସ ଅବସରରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୧୯୯୯ ମସିହା ମହାବାତ୍ୟାରେ ଓଡିଶା ଧ୍ୱଂସ୍ତବିଧ୍ୱଂସ୍ତ ହେବା ପରେ କିଭଳି ବିପର୍ୟ୍ୟୟକୁ ମୁକାବିଲା କରାଯିବତାହା ରାଜ୍ୟବାସୀ ଶିଖିଛନ୍ତି। ଚଳିତବର୍ଷ ଓଡିଶା ଆଫ ଏକ ଗୁରୁତର ବାତ୍ୟା ‘ଫନି’ର ସଫଳ ମୁକାବିଲା କରିଛି। ରାଜ୍ୟର ୧୪ଟି ଜିଲ୍ଲାର ୧ କୋଟି ୬୦ ଲକ୍ଷ ଲୋକ ଏହି ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲେ। ତେବେ ସମୟୋପଯୋଗୀ ଉଦ୍ଧାର ଓ ପୁନରୁଦ୍ଧାର କାର୍ୟ୍ୟ ଯୋଗୁ ଜନସାଧାରଣ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି। ଏଥିଲାଗି ଓଡିଶା ବିପର୍ୟ୍ୟୟ ଦ୍ରୁତ କାର୍ୟ୍ୟାନୁଷ୍ଠାନ ବାହିନୀ (ଓଡ୍ରାଫ) ଅଗ୍ନିଶମ ଓ ପୋଲିସ ବିଭାଗର କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ।
ରାଜ୍ୟରେ ଭବିଷ୍ୟତରେ ଯେପରି ବିପର୍ୟ୍ୟୟର ଆହୁରି ସଫଳ ମୁକାବିଲା ହୋଇପାରିବଏବଂ ସବୁସ୍ତରରେ ଲୋକେ ଲୋକେ ଅଧିକ ଅର୍ଥନୈତିକ କ୍ଷୟକ୍ଷତିରୁ ବର୍ତ୍ତିବେ ସେଥିଲାଗି ଯୋଜନା ପ୍ରଣୟନ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ କୌଣସି ବପିର୍ୟ୍ୟୟ ପରେ କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନରୁଦ୍ଧାର ସବୁଠୁ ବଡ ଚାଲେଞ୍ଜ ବୋଲି କହିଥିଲେ। ମରୁଡିର ମୁକାବିଲା ଲାଗି ସଠିକ ପଦକ୍ଷେପ ନେବା ଆବଶ୍ୟକ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତା ୫ ବର୍ଷ ମଧ୍ୟରେ ଅଧିକ ୧୦ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ସୃଷ୍ଟି ଲାଗି ଲକ୍ଷ ଧାର୍ୟ୍ୟ କରିଛନ୍ତି।
ସେହିପରି ବୃଷ୍ଟିପାତ ଉପରେ ନିର୍ଭର କରି ଧାନଚାଷ ଛାଡି ଅନ୍ୟ ଚାଷକୁ ଆପଣେଇବାକୁ ମୁଖ୍ୟ ଶାସନ ସଚିବ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଉତ୍ସବରେ ଅଧ୍ୟକ୍ଷତା କରିବା ସଙ୍ଗେ ସଙ୍ଗେ ବିପର୍ୟ୍ୟୟ ପରିଚାଳନା କରିବା ଦିଗରେ ପ୍ରସ୍ତୁତ ହେବା ଲାଗି ଶପଥପାଠ କରିଥିଲେ। ବିପର୍ୟ୍ୟୟର ଆଗୁଆ ସଠିକ ସୂଚନା ଦେବା ଲାଗି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ। ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମ୍ମାନୀତ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons