ନୂଆପଡ଼ା,(ବି.ବି.ନୁ୍ୟଜ୍): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲୁ୍ୟଓଡିସି) ଅଧ୍ୟକ୍ଷ ସୁବାଷ ଚୌହାନ ଆଜି ଦିନିକିଆ ନୂଆପଡ଼ା ଜିଲ୍ଲା ଗ୍ରସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜିଲ୍ଲାରେ ଡବ୍ଲୁ୍ୟଓଡିସି ପାଣ୍ଠିର ସମୀକ୍ଷା କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆହାର କେନ୍ଦ୍ରରେ ଆହାର ଖାଇଥିଲେ । ସେଠାରେ ଆହାର ମାନ ନିରୁପଣ କରିବା ସହ ଆହାର ଉପରେ ଲୋକଙ୍କୁ ପଚାରି ବୁଝିଥିଲେ ।
ପୂର୍ବାହ୍ନ ୧୧ଟାରେ ଶ୍ରୀ ଚୌହାନ ନ୍ୟାସନାଲ କଲେଜରେ ୪୦ ଲକ୍ଷର ନବନିର୍ମିତ କୋଠଗୃହ ଉଦ୍ଘାଟନ କରିଥିଲେ । ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଡବ୍ଲୁ୍ୟଓଡିସି ପାଣ୍ଠିର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅଧ୍ୟକ୍ଷ ଶ୍ରୀ ଚୌହାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବିଧାୟକ ରାଜେନ୍ଦ୍ର ଢୋଲକିଆ, ଡବ୍ଲୁ୍ୟଓଡିସି ଯୁଗ୍ମ ନିଦେ୍ର୍ଧଶିକା ମାନସୀ ସତପଥୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଜିଲ୍ଲାରେ ଡବ୍ଲୁ୍ୟଓଡିସି ପାଣ୍ଠିରେ ହୋଇଥିବା ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିଥିଲେ । ବର୍ତ୍ତମାନ ସୁଦ୍ଧା କେତେ ଅର୍ଥ ଖର୍ଚ୍ଚ ହୋଇଛି, କେତେ ବକେୟା ରହିଛି । କେତେ ଟଙ୍କାର ୟୁସି ଦିଆଯାଇଛି ବୋଲି ପଚାରି ବୁଝିଥିଲେ । ପାଣ୍ଠିର ଅନୁଦାନ ରାଶିକୁ ଜିଲ୍ଲାବାସୀଙ୍କ ହିତ ପାଇଁ ବ୍ୟବହାର କର । ସମସ୍ତ ବିକାଶମୂଳକ ଉନ୍ନୟନ କାମକୁ ତ୍ୱରାନ୍ୱିତ କରି ତୁରନ୍ତ ସମ୍ପୂର୍ଣ୍ଣ କର । ତଳ ସ୍ତର ଲୋକେ କେମିତି ସରକାରୀ ସୁବିଧା ସୁଯୋଗ ପାଇ ପାରିବେ ସେଥି ପାଇଁ ଜିଲ୍ଲା ପ୍ରଶାସନ ଯନôବାନ ହୁଅନ୍ତୁ ବୋଲି ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଅଧ୍ୟକ୍ଷ ଶ୍ରୀ ଚୌହାନ ଆହ୍ୱାନ କରିଥିଲେ ।
ମଧ୍ୟାହ୍ନ ୧ଟାରେ ଶ୍ରୀ ଚୌହାନ ଭୋଜନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଆହାର କେନ୍ଦ୍ରକୁ ଅଚାନକ ଗ୍ରସ୍ତ କରିଥିଲେ । ସେଠାରେ ଟିକଟ ଏବଂ ଖାଦ୍ୟ ପାଇଁ ଲୋକଙ୍କ ସହ ଧାଡ଼ିରେ ଛିଡ଼ା ହୋଇଥିଲେ । ଲୋକଙ୍କ ସହ ବସି ଆହାର କେନ୍ଦ୍ର ଭିତରେ ଭୋଜନ କରି ମାନ ନିରୁପଣ କରିଥିଲେ । ଏହାସହ ଆହାର ଖାଉଥିବା ଲୋକଙ୍କୁ ଭୋଜନର ମାନ ଉପରେ ପଚାରି ବୁଝିଥିଲେ । ଆହାର ମାନକୁ ନେଇ ଶ୍ରୀ ଚୌହାନ ଖୁସି ବ୍ୟକ୍ତ କରିଥିଲେ । ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷବ ସୌଭାଗ୍ୟ ନାୟକ, ରାଜ୍ୟ ସମ୍ପାଦକ ସରୋଜ ସାହୁ, ଉପାଧ୍ୟକ୍ଷ ଭାନୁପ୍ରତାପସିଂ ମାଝି, ଯୁବ ବିଜେଡି ପୂର୍ବତନ ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ, ଯୁବନେତା ଟିଟୁ ପଣ୍ଡା, ଯୁବ ବିଜେଡି ବିଧାନସଭା ମଣ୍ଡଳୀ ସଭାପତି ସୁଧିର ମିଶ୍ର, ଉପ ସଭାପତି ସଞ୍ଜୟ ପ୍ରଧାନ, ରମାକାନ୍ତ ସିଂ ଠାକୁର, ମହେଶ ନିଆଲ, ରଞ୍ଜିତ ସୁନା, ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.