ଆଇଏଏସ୍ଙ୍କ ହାତରେ ମେଡ଼ିକାଲ କଲେଜ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଡାକ୍ତର ନୁହେଁ, ଏଣିକି ମେଡ଼ିକାଲ କଲେଜ ଦାୟିତ୍ୱରେ ରହିବେ ଆଇଏଏସ୍ । ମେଡିକାଲ ପରିଚାଳନାଠୁ ଆରମ୍ଭ କରି ଭିତ୍ତିଭୂମି ମଜବୁତ୍ କରିବା ସବୁ କଥା ବୁଝିବେ ୧୦ ବରିÂ ଅଧିକାରୀ । ସ୍ୱାସ୍ଥ୍ୟ ବିଭାଗ ଓ ମେଡିକାଲ କଲେଜ ମଧ୍ୟରେ ସଂଯୋଜକ ଦାୟିତ୍ୱ ତୁଲାଇବେ ଏହି ଅଧିକାରୀମାନେ । ଏଥିପାଇଁ ସରକାର ଆଜି ବିଧିବଦ୍ଧ ଭାବେ ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟ ଶାସନ ସଚିବ ଓ ୫ ଟି ସଚିବ ବିଭିନ୍ନ ହସ୍ପିଟାଲ ବୁଲିବା ସମୟରେ ପୁଳା ପୁଳା ତ୍ରୁଟି ଦେଖିଥିଲେ । ହସ୍ପିଟାଲ ପରିଚାଳନାରେ ତ୍ରୁଟିକୁ ସୁଧାରିବାକୁ ଆଇଏଏସ୍ମାନେ ନୂଆ ସଂଯୋଜକ ଦାୟିତ୍ୱ ତୁଲାଇବେ । ହସ୍ପିଟାଲର ସମସ୍ୟାକୁ ଏହି ବରିÂ ଅଧିକାରୀମାନେ ସରକାରଙ୍କ ପାଖରେ ପହଞ୍ଚାଇବା ସହ ଏହାର ସମାଧାନ କରିବେ । ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସୁନ୍ଦରଗଡ଼ ଏନ୍ଟିପିସି ମେଡିକାଲ କଲେଜ ଓ ବୁର୍ଲା ଭିମ୍ସାର ଦାୟିତ୍ୱ ଦିଆଯାଇଛି । ସେହିଭଳି ବାଲେଶ୍ୱର ଫକିରମୋହନ ମେଡିକାଲ କଲେଜ ଓ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଦାୟିତ୍ୱ କୃଷି ଉପôାଦନ କମିଶନର ପ୍ରଦୀପ୍ତ ମହାପାତ୍ର, କେନ୍ଦୁଝର ମେଡିକାଲ କଲେଜ ଦାୟିତ୍ୱ ଇସ୍ପାତ ଓ ଖଣି ସଚିବ ରାଜ କୁମାର ଶର୍ମା, ଯାଜପୁର ମେଡିକାଲ କଲେଜ ଦାୟିତ୍ୱ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା, ଅନୁଗୁଳ ମେଡିକାଲ କଲେଜ (ଏମସିଏଲ୍) ଦାୟିତ୍ୱ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଅନୁ ଗର୍ଗ, କନ୍ଧମାଳ ମେଡିକାଲ କଲେଜ ଓ ବଲାଙ୍ଗିର ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ଦାୟିତ୍ୱ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ନିକୁଞ୍ଜ ବିହାରୀ ଧଳ, କୋରାପୁଟ୍ ସହୀଦ୍ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଦାୟିତ୍ୱ ଅର୍ଥ ସଚିବ ଏ କେ ମୀନା, ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଦାୟିତ୍ୱ ଜଳ ସମ୍ପଦ ବିଭାଗ ସଚିବ ସୁରେନ୍ଦ୍ର କୁମାର, ଭବାନୀପାଟଣା ମେଡିକାଲ କଲେଜ ଦାୟିତ୍ୱ ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଦାୟିତ୍ୱ ପୂର୍ତ୍ତ ସଚିବ ଡ. କ୍ରିଷନ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି ।
ତାଲିକାରେ କଟକ ଏସ୍ସିବିକୁ ଛାଡ଼ି ସବୁ ମେଡିକାଲ କଲେଜ ପାଇଁ ବରିÂ ଅଧିକାରୀ ଦାୟିତ୍ୱରେ ରହିବେ । ଏବେ ଚାଲୁଥିବା ମେଡିକାଲ କଲେଜ ଓ ଆଗକୁ ସରକାର ଯେଉଁ ସବୁ ମେଡିକାଲ କଲେଜ ଗଠନ କରିବାକୁ ଯାଉଛନ୍ତି, ସେଠାରେ ମଧ୍ୟ ନିଯୁକ୍ତି ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons