ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଦୀପାବଳି ରାତିରେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡର ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ବାହାରୁ ଏହି ଦୁଇଜଣଙ୍କୁ ଗିରଫ କରିଛି
କମିଶନରେଟ ପୋଲିସ । ଏମାନେ ଦୁଇଜଣ ହେଲେ ରାଘବ ଓ ଜଗଦୀଶ । ଦୀପାବଳି ରାତିରେ ଏମାନେ ହତ୍ୟାକାଣଡ ଘଟାଇ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ସ୍ପେଶାଲ ସ୍କାର୍ଡ ଟିମ୍ ଛାନଭିନ କଲା ପରେ ରାଘବ ଓ ଜଗଦୀଶକୁ ଗିରଫ କରିଛି ପୋଲିସ । ଦୀପାବଳି ରାତିରେ ବାଣଫୁଟାକୁ ନେଇ ଗଣ୍ଡଗୋଳରୁ ଅମରେଶ ନାୟକଙ୍କୁ ହତ୍ୟା କରାଯାଇଥିଲା ।ଅମରେଶଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଏୟାରଫିଲ୍ଡ ଥାନା ପଛପଟେ ଏକାମ୍ର କଲେଜକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଘଟିଥିଲା ଏହି ହତ୍ୟାକାଣ୍ଡ । ରାସ୍ତା ଉପରେ ଅମରେଶଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଥିଲା । ଅମରେଶଙ୍କ ଘର ବିଡିଏ ହାଇସିଂବୋର୍ଡ କପିଲ ପ୍ରସାଦରେ ।


Comments are closed, but trackbacks and pingbacks are open.