ବିଶାଖା ଏକ୍ସପ୍ରେସ୍ର ସ୍ଳିପର୍ ବଗି ଇଞ୍ଜିନ୍ରୁ ବିଚ୍ଛିନ୍ନ

Get real time updates directly on you device, subscribe now.

ବାଲୁଗାଁ,(ବି.ବି.ନୁ୍ୟଜ୍): ଶନିବାର ପୂର୍ବାହ୍ନ ୧୦.୨୧ ମିନିଟ୍ରେ ଭୁବନେଶ୍ୱର-ସିକନ୍ଦରାବାଦ୍ ବିଶାଖା ଏକ୍ସପ୍ରେସ୍ ଟ୍ରେନ୍ ପୂର୍ବତଟ ରେଳପଥ ବାଲୁଗାଁ ଷ୍ଟେସନରେ ପହଞ୍ଚିଥିଲା । ଏହାପରେ ଟ୍ରେନଟି ସିକନ୍ଦରାବାଦ୍ ଅଭିମୁଖ୍ୟ ଯାତ୍ରା ଆରମ୍ଭ କରିଥିଲା । ମାତ୍ର ବାଲୁଗାଁ ଷ୍ଟେସନଠାରୁ ବଡ଼କୂଳ ମଧ୍ୟରେ ସୁବୁଦ୍ଧିପାଟଣାଠାରେ ଚଳନ୍ତା ଟ୍ରେନର ଶୀତତାପ ନିୟନ୍ତ୍ରଣ ବଗି ବ୍ୟତୀତ ଅବଶିଷ୍ଟ ସ୍ଲିପରବଗି ଇଞ୍ଜିନଠାରୁ ଅଲଗା ହୋଇଯାଇଥିଲା । ସ୍ଲିପର ବଗିରେ ଥିବା ଯାତ୍ରୀମାନେ ସୁବୁଦ୍ଧିପାଟଣା-ବଡ଼କୂଳ ରେଳଲାଇନରେ ସ୍ୱଳ୍ପ ସମୟ ପାଇଁ ଅଟକି ରହିଥିବା ବେଳେ ଶୀତତାପ ନିୟନ୍ତ୍ରଣ ୧ ଏବଂ ୨ ବଗିକୁ ଇଞ୍ଜିନ ନେଇ କିଛି ବାଟ ଆଗକୁ ଚାଲିଯାଇଥିଲା । ଟ୍ରେନ୍ ଡ୍ରାଇଭର ଏହା ଜାଣିବା ପରେ ସେଠାରେ ଇଞ୍ଜିନକୁ ଅଟକାଇ ଦେଇଥିଲେ । ଖବର ପାଇ ବାଲୁଗାଁ ଷ୍ଟୋସନ କର୍ମଚାରୀମାନେ ପହଞ୍ଚô ଇଞ୍ଜିନ ସହ ସ୍ଲିପର ବଗି ଯୋଡ଼ିବା ପରେ ଟ୍ରେନ ନିଜ ଗନ୍ତବ୍ୟସ୍ଥଳକୁ ବାହାରି ଯାଇଥିଲା । ତେବେ ବିଚ୍ଛିନ୍ନ ବଗିକୁ ଯୋଡ଼ିବାକୁ ରେଳ କର୍ମଚାରୀମାନେ ପ୍ରାୟ ୧୫ ମିନିଟ୍ ସମୟ ନେଇଥିଲେ । ଫଳରେ ଯାତ୍ରୀମାନେ ରେଳଧାରଣା ଉପରେ ଠିଆ ହୋଇ ରହିଥିବା ଦେଖାଯାଇଥିଲା । ଆଶ୍ଚର୍ଯ୍ୟର କଥା, ଏଭଳି ଅଘଟଣ ସତ୍ତେ୍ୱ ପୂର୍ବତଟ ରେଳ ବିଭାଗର କୌଣସି ଅଧିକାରୀଙ୍କୁ ଘଟଣାସ୍ଥଳରେ ଦେଖିବାକୁ ମିଳି ନଥିଲା । ବରଂ କର୍ମଚାରୀମାନେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ବିଚ୍ଛିନ୍ନ ବଗିକୁ ସଂଯୋଗ କରିବା ପରେ ବିଶାଖା ଏକ୍ସପ୍ରେସ୍ର ଚଳାଚଳ ସ୍ୱାଭାବିକ ହୋଇଥିଲା । ଯଦିଓ ବଗି ବିଚ୍ଛିନ୍ନ ହେବା ପରେ ସେଭଳି କୌଣସି ବଡ଼ଧରଣର ଅଘଟଣ ଘଟିନାହିଁ, ତଥାପି ଟ୍ରେନ୍ରେ ଥିବା ହଜାର ହଜାର ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା କୁହାଯାଉଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଯାତ୍ରୀମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons