ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପରିବେଶ ବାତାନୁକୂଳ ମାଧ୍ୟମରେ ହାଇଡ୍ରୋ ପ୍ରୋଜେକ୍ଟଗୁଡ଼ିକୁ ତ୍ୱରାନ୍ୱିତ କରାଯାଉ । ଏହାର କ୍ଷମତା ବୃଦ୍ଧି କରାଗଲେ ହିଁ ବିଦୁ୍ୟତ ଯୋଗାଣ କ୍ଷେତ୍ରରେ ଉନ୍ନତି ଆସିପାରିବ । ଖାରବେଳ ଭବନରେ ଶକ୍ତି ବିଭାଗର ସମୀକ୍ଷା କରି ଏମ୍ଏସ୍ଏମ୍ଇ, ଶିଳ୍ପ, ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଭାଗୀୟ ଅଫିସରଙ୍କୁ ଏମିତି କହିଛନ୍ତି ।
ଫୋନିରେ ବିଦୁ୍ୟତ ବିଭାଗର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ ଅସ୍ଥାୟୀ ଭାବେ ବିଦୁ୍ୟତ ସଂଯୋଗ କରାଯାଇ ପ୍ରାଥମିକ ଭିତ୍ତିରେ ବିଦୁ୍ୟତ ସେବା ଯୋଗାଇ ଦିଆଯାଇଛି । ଏହାର ଶ୍ରେୟ ଶକ୍ତି ବିଭାଗର ସମସ୍ତ ଅଧିକାରୀଙ୍କୁ ଯାଉଛି । ଯେଉଁଥିପାଇଁ ସେମାନେ ପ୍ରଶଂସାର ପାତ୍ର ହୋଇ ପାରିଥିଲେ । ପର୍ଯ୍ୟାୟକ୍ରମେ ଅସ୍ଥାୟୀ ସଂଯୋଗକୁ ସ୍ଥାୟୀ କରାଯାଇଛି । ଫୋନିର ପୁନରୁଦ୍ଧାର ସକାଶେ ରହିଥିବା କାମ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଆଲୋଚନା କରି ତୁରନ୍ତ ସାରିବାକୁ ପଦକ୍ଷେପ ନେବାକୁ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି ।
ବୈଠକରେ ଶକ୍ତି ସଚିବ ବିଷ୍ଣୁପଦ ସେଠୀ, ଅତିରିକ୍ତ କମିଶନର ପ୍ରଦୀପ୍ତ କିଶୋର ଶତପଥୀ ଓ ସ୍ୱତନ୍ତ୍ର ସଚିବ ସଂଗ୍ରାମ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.