ବ୍ରାଉନସୁଗାର ବେପାରକୁ ବିରୋଧ କରିବାରୁ ରାଜଧାନୀରେ ଗୁଳି ମାଡ: ପୁଅ ମୃତ, ବାପ ଗୁରୁତର

Get real time updates directly on you device, subscribe now.

ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡଗିରି ବାହାଦୂରପୁର ଅଞ୍ଚଳରେ ଅପରାଧୀଙ୍କ ଗୁଳିମାଡରେ ପୁଅ ମୃତ ବାପ ଗୁରୁତର । ଦୁର୍ବୃତ୍ତଙ୍କ ଗୁଳି ମାଡରେ ଅନୀଲ ଜେନାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା ଅଭିମନ୍ୟୁ ଜେନା ଗୁରୁତର ହୋଇଛନ୍ତି ।
ଗତକାଲି କିଛି ବ୍ରାଉନସୁଗାର ବେପାରୀ ଅନୀଲଙ୍କୁ ୨୪ ଘଣ୍ଟାରେ କଣ କରୁଛ ଦେଖ କହି ଧମକ ଦେଇଥିଲେ । ସେହି ସ୍ଥାନରେ ବ୍ରାଉନ୍‌ସୁଗାର ଚୋରା ବେପାରକୁ ଅନୀଲ୍‌ ବିରୋଧ କରୁଥିଲେ । ଗୁଳିମାଡରେ ଫେରାର ହୋଇଯାଇଥିବା ୨ ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକ ଜାଣନ୍ତି , ସେମାନେ ବହୁ ଅପରାଧିକ କାର୍ୟ୍ୟ ସହ ଜଡିତ ।
କିଛି ବର୍ଷ ତଳେ ଏହି ଅପରାଧୀମାନେ ଜଣଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଅଛି । ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ପଲସର୍‌ ବାଇକ୍‌ ନୂଆ ଥିବାବେଳେ ଏହାର ଟାଙ୍କି ଓ ଲାଇଟ୍‌ ଭାଙ୍ଗିଯାଇଛି । ସମ୍ଭବତଃ ଗୁଳି ମାଡ କରିବା ପୂର୍ବରୁ ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଅନୀଲ୍‌ଙ୍କ ମୃତ୍ୟୁ ଖବର ଶୁଣିବା ପରେ ବାହାଦୂରପୁରରେ ଶୋକର ଛାୟା ଖେଳିଯାଇଛି।ମୃତ ଅନୀଲଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ ବ୍ରାଉନ୍‌ସୁଗାର ବିକୁଥିବା ଜଣେ ଚୋରା ବେପାରୀକୁ ଗତକାଲି ଅନୀଲ୍‌ କାହିଁକି ଏଠାରେ ପାଉଡର୍‌ ବକ୍ରି କରୁଛି ବୋଲି ପଚାରିଥିଲେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବସଚା ହୋଇଥିଲା , ବଚସା ବେଳ ସମ୍ପୃକ୍ତ ଚୋରା ବେପାରୀ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଆଜି ସନ୍ଧ୍ୟାରେ ଦୁଇ ଜଣ ଦୁର୍ବୃତ୍ତ ମୁହଁ ଘୋଡାଇ ଆସି ଅନୀଲଙ୍କ ଉପରକୁ ଗୁଳି ଚଳାଇଥିଲେ ।ଗୁଳି ଶଦ୍ଦ ଶୁଣି ଅନୀଲଙ୍କ ବାପ ଅଭିମନ୍ୟୁ ଜେନା ଘର ବାହାରକୁ ବାହାରି ଆସିଥିଲେ , ଏତିକି ବେଳେ ତାଙ୍କ ଗୋଡରେ ମଧ୍ୟ ଗୁଳି ବାଜିଛି । ଅନୀଲଙ୍କ ଛାତିରେ ଗୁଳି ବାଜିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପାଙ୍କୁ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତିରେ କରାଯାଇଛି ।
ଗତ କିଛି ଦିନ ଧରି କମିଶନରେଟ୍‌ ପୁଲିସ ବ୍ରାଉନ୍‌ସୁଗାର ଚୋରା ବେପାର ଉପରେ ଘନ ଘନ ଚଢଉ କରୁଥିବା ବେଳେ ବ୍ରାଉନସୁଗାର ବେପାରର କିଙ୍ଗ୍‌ପିନ୍‌ ଖୋର୍ଦ୍ଦାର ରାଜାକୁ ଗିରଫ କରି ସାରିଛି । ତଥାପି ରାଜଧାନୀରେ ଅବାଧରେ ଚୋରା ବ୍ରାଉନସୁଗାର କାରବାର ହେଉଛି । ଏହା ଥମିବାରେ ନାମ ନେଉ ନି । ରାସ୍ତା ଘାଟ ପାର୍କ, ମଲ୍‌ ସବୁଠି ଖୁଲମଖୁଲା ବ୍ରାଉନସୁଗାର ବ୍ୟବସାୟ ତାହାର କାୟା ବିସ୍ତାର କରିଛି ।
ଏହି ନିଶାର କବିଳିତ ହୋଇ ଯୁବପୀଢି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଉଛନ୍ତି । ବ୍ରାଉନସୁଗାର ବେପାର ରୋକିବା ପାଇଁ ଅଣ୍ଟାଭିଡିଥିବା କମିଶନରେଟ୍‌ ପୁଲିସ ପାଇଁ ଏହି ହତ୍ୟା କାଣ୍ଡ ଏକ ଆହ୍ୱାନ ସଦୃଶ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons