ବାତ୍ୟା ପାଇଁ ୯ ତାରିଖରେ ୯ ଜିଲ୍ଲାରେ ସ୍କୁଲ ଛୁଟି

Get real time updates directly on you device, subscribe now.

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍‌ ପାଇଁ ଓଡ଼ିଶାରେ ୯ଟି ଜିଲ୍ଲାରେ ଆସନ୍ତା ୯ ତାରିଖରେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି। ବର୍ଷା ଓ ପବନ ଯୋଗୁଁ ଉପକୂଳ ଜିଲ୍ଲାଗୁଡ଼ିକରେ କ୍ଷୟକ୍ଷତିର ଆଶଙ୍କା ରହିଛି । ତେଣୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଓ ଜିଲ୍ଲାସ୍ତରରେ ବି ଘନଘନ ବୈଠକ ସହ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି । ଆଜି PMO ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର ଭିଡ଼ିଓ କନଫରନେସିଂ ଯୋଗେ ସ୍ଥିତିର ସମୀକ୍ଷା କରିଛନ୍ତି । ସେପଟେ SRC ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।
ପବନର ବେଗ ବଢ଼ିବା ଯୋଗୁଁ କିଛିସ୍ଥାନରେ ଗଛ, ବିଦ୍ୟୁତ୍‌ ଖୁଣ୍ଟ, କଚ୍ଚା ଘର ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେହିପରି ଅମଳକ୍ଷମ ଫସଲ ତାର୍ପେଲିନ୍ ଓ ପଲିଥିନ୍ ଘୋଡ଼ାଇ ସୁରକ୍ଷିତ ରଖିବାକୁ କୁହାଯାଇଛି । ଏପଟେ ପବନ ଓ ବର୍ଷାଜନିତ କ୍ଷୟକ୍ଷତିର ମୁକାବିଲା ଲାଗି ପ୍ରଭାବିତ ହେବାକୁ ଥିବା ପ୍ରତି ଜିଲ୍ଲାକୁ ଦୁଇଟି ଓଡ୍ରାଫ୍ ଓ ଗୋଟିଏ ଲେଖାଏଁ ଏନ୍‌ଡିଆରଏଫ ୟୁନିଟ୍ ପଠାଯାଇଛି ।
ଆବଶ୍ୟକ ହେଲେ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସ୍ଥାନାନ୍ତର କରିବେ। ବାତ୍ୟା ପାଇଁ ସରକାର ପ୍ରସ୍ତୁତ ଥିବା କହିଲେ SRC। ଉଚ୍ଚସ୍ତରୀୟ ବୈଠକ ପରେ SRC ପ୍ରଦୀପ ଜେନା କହିଛନ୍ତି ଯେ, ୯ ଜିଲ୍ଲାକୁ ୨ଟି ଲେଖାଏଁ ଓଡ୍ରାଫ୍ ଟିମ୍ ପଠାଯାଇଛି। ୬ ଜିଲ୍ଲାକୁ ଗୋଟିଏ ଲେଖାଏଁ ଏନ୍‌ଡିଆରଏଫ୍ ଟିମ୍ ପଠାଯାଇଛି। ଅଗ୍ନିଶମ କର୍ମଚାରୀଙ୍କୁ ସଜାଗ ରଖାଯାଇଛି। ୯ ତାରିଖରେ ୯ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ପୁରୀ, ଖୋର୍ଦ୍ଧା, ମୟୂରଭଂଜ ଓ ଯାଜପୁର ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି। ପୂର୍ବରୁ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସଂପୃକ୍ତ ଜିଲ୍ଲାପାଳ। ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଆସନ୍ତାକାଲି ଓ ଶନିବାର ସ୍କୁଲ ଛୁଟି ଘୋଷଣା କରିଛନ୍ତି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons