ପ୍ରତାପ ଜେନାଙ୍କୁ ସର୍ବଶ୍ରେÂ ମନ୍ତ୍ରୀ ପୁରସ୍କାର

Get real time updates directly on you device, subscribe now.

ନୂଆଦିଲ୍ଲୀ: ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମିଳିଛି ସର୍ବଶ୍ରେÂ ମନ୍ତ୍ରୀ ପୁରସ୍କାର । ଆଜି ନୂଆଦିଲ୍ଲୀ ବିଜ୍ଞାନଭବନ ଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେଙ୍କ ଠାରୁ ଶ୍ରୀ ଜେନା ଏହି ପୁରସ୍କାର ଗ୍ରହଣ କରିଛନ୍ତି । ହିନ୍ଦି ପତ୍ରିକା ଫେମ୍ ଇଣ୍ଡିଆ ପକ୍ଷରୁ ଦେଶର ମନ୍ତ୍ରୀମାନଙ୍କ ଦକ୍ଷତାକୁ ଆକଳନ କରାଯାଇ ପ୍ରତିବଷ ଏହି ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ଚଳିତବର୍ଷ ଶ୍ରୀ ଜେନାଙ୍କୁ ଏଥିପାଇଁ ଚୟନ କରାଯାଇଛି ।
ସରକାରଙ୍କ ଜନମଙ୍ଗଳ ଯୋଜନା ଗୁଡିକୁ ଠିକଣା ଭାବେ କାର୍ଯ୍ୟକାରୀ କରିବା ଲାଗି ଦିଗ୍ଦର୍ଶନ ଦେବା ଓ ଜଣେ ଦାୟିତ୍ୱ ସମ୍ପନ୍ନ ମନ୍ତ୍ରୀ ଭାବେ କାର୍ଯ୍ୟକରିବା ସହିତ ଦୁର୍ନୀତି ଠାରୁ ଦୂରେଇ ରହୁଥିବା ଭଳି ବିଭିନ୍ନ କ୍ଷେତ୍ରକୁ ଆକଳନ କରି ଫେମ୍ ଇଣ୍ଡିଆ ପକ୍ଷରୁ ପ୍ରତିବର୍ଷ ସର୍ବଶ୍ରେÂ ମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଉଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀଭାବେ ଶ୍ରୀ ଜେନା ଦାୟିତ୍ୱ ନିର୍ବାହ କରୁଛନ୍ତି । ଶ୍ରୀ ଜେନା ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ପଞ୍ଚମଥର ପାଇଁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ବିଜୁ କୃଷକ ଜନତା ଦଳର ସାଧାରଣ ସମ୍ପାଦକ ଅଛନ୍ତି । । ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ଶ୍ରୀ ଜେନା ରାଜ୍ୟ ସରକାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇ ଥିବାବଳେ ବିଜେଡିର ଚତୁର୍ଥ ପାଳି ସରକାରରେ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ୍, ସୂଚନା ଓ ଲୋକସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଛନ୍ତି । ଶ୍ରୀ ଜେନାଙ୍କ ବାଦ୍ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ ଆଦି ଅନ୍ୟ କେତେକ ରାଜ୍ୟର ମନ୍ତ୍ରୀମାନଙ୍କୁ ସେମାନଙ୍କ ନିଜ ନିଜ ବିଭାଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହୋଇଛନ୍ତି । ଶ୍ରୀ ଜେନା ପୁରସ୍କୃତ ହେବା ପରେ ଅଭିଭାଷଣ ରଖି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଅନେକ ଯୋଜନାରେ ଲୋକଙ୍କ କଲ୍ୟାଣ ପାଇଁ କାମ ହେଉଛି । ଫେମ୍ ଇଣ୍ଡିଆର ନିର୍ଦ୍ଧଶେକ ୟୁ ଏସ ସୌନ୍ଥାଲିୟା ଅଧ୍ୟକ୍ଷତା କରିଥିଲେ ।
ପରେ ଜେନାଙ୍କୁ ମଧ୍ୟ ପ୍ରବାସୀ ଓଡିଆ ସଂଗଠନମାନଙ୍କ ପକ୍ଷରୁ ସ୍ଥାନୀୟ କନ୍ଷ୍ଟିଚୁ୍ୟସନ କ୍ଲବ୍ ଠାରେ ଏକ ସମାରୋହରେ ସମ୍ମାନୀତ କରାଯାଇଥିଲା । ଜେନା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଥିବାବେଳେ ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ । । ଏହାଛଡା ସହରାଞ୍ଚଳ ଓ ପାନୀୟ ଜଳ ଯୋଗାଣ ଆଦି କ୍ଷେତ୍ରରେ ଓଡିଶାରେ ହୋଇଥିବା ଅଗ୍ରଗତି ପ୍ରସଙ୍ଗରେ ମଧ୍ୟ ସେ ଦର୍ଶାଇଥିଲେ । ଏହି ସମାରୋହରେ ପ୍ରବାସୀ ଓଡିଆ ସଂଗଠନ ମାନଙ୍କ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଗୋବର୍ଦ୍ଧନ ଧଳ, ଗୋକୁଳ ପଟ୍ଟାନାୟକ, ପୂର୍ବତନ ବିଧାୟକ ମୁକ୍ତି ମଣ୍ଡଳ, କୁଳମଣି ବିଶ୍ୱାଳ, ମନୋଜ ନାୟକ, ନରେନ୍ଦ ବର ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons