ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ଉଦ୍ଘାଟିତ

Get real time updates directly on you device, subscribe now.

ଚନ୍ଦ୍ରଶେଖରପୁର,(ବି.ବି.ବୁ୍ୟରୋ): ଶିବାନନ୍ଦ ଯୋଗ ବେଦାନ୍ତ ଏକାଡେମୀ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ଆରସିଏମ୍ କଲେଜ ସଭାକକ୍ଷରେ ଅନୁÂିତ ହୋଇଯାଇଛି । ଦୁଇ ଦିନିଆ ଏହି ମହୋତ୍ସବକୁ ମୁଖ୍ୟଅତିଥିଭାବେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଉଦ୍ଘାଟନ କରି ଯୋଗର ପ୍ରଚାର ପ୍ରସାର ତଥା ଏହାର ଉପକାରିତା ବିଷୟରେ ବୁଝାଇଥିଲେ । ମୁଖ୍ୟବକ୍ତା ଭାବେ ଦେବ ବିଜ୍ଞାନ ଗୁରୁକୁଳମ୍ର ସ୍ୱାମୀ ଭଗବତାନନ୍ଦ ସରସ୍ୱତୀ କହିଥିଲେ ଯୋଗ ହେଉଛି ତାଗ୍ୟର ବିଷୟ । ଯୋଗ କେବଳ ଶାରୀରିକ ବ୍ୟାୟାମରେ ସୀମିତ ନୁହେଁ ।
ଶରୀର ପାଇଁ ମାନସିକ ଏବଂ ଶାରୀରିକ ସନ୍ତୁଳନ ନିହାତି ଆବଶ୍ୟକ । ସମସ୍ତେ ସବୁଦିନ କିଛି ସମୟ ଯୋଗ କରିବା ପାଇଁ ସ୍ୱାମୀ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଅନୁÂାନର ନିଦେ୍ର୍ଧଶକ ପିପି ଲଜିଷ୍ଟିକ, ଦିଲ୍ଲୀପ କୁମାର ପଟ୍ଟନାୟକ, ପ୍ରବୀର ପାଲ୍ ଓ ପ୍ରଶାସନିକ ଅଧିକାରୀ ବିଷ୍ଣୁପଦ ସେଠୀ ଯୋଗଦେଇଥିଲେ । ଏହି ଯୋଗ ମହୋତ୍ସବରେ ୧୪୨ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ସେଥିରେ ୮୦ ଜଣ ମହିଳା ପ୍ରତିଯୋଗୀ ଭାଗନେଇଥିବା ବେଳେ ପୁରୁଷ ବିଭାଗରେ ୬୨ ଜଣ ଭାଗ ନେଇଛନ୍ତି । ସେହିପରି ଓଡ଼ିଶାର ବିଭିନ୍ନ ସ୍କୁଲ ଓ ବିଶ୍ୱ ବିଦ୍ୟାଳୟର ଯୋଗ ପ୍ରତିଯୋଗୀଙ୍କ ସହିତ ଥାଇଲାଣ୍ଡର ମଦଦୋ ବିଶ୍ୱବିଦ୍ୟାଳୟର ୧୩ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶିବାନନ୍ଦ ଯୋଗ ବେଦାନ୍ତ ଏକାଡେମୀର ନିଦେ୍ର୍ଧଶକ ଡ.ପ୍ରଶାନ୍ତ କୁମାର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ପ୍ରଫେସର ରାଧାମାଧବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ରାଜଶ୍ରୀ ମହାନ୍ତି, ସ୍ମିତା ମହାନ୍ତି, ଦେବଜାନୀ ପଟ୍ଟନାୟକ ଓ ସ୍ମୃତି ପିୟୁସ ସାହୁ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons