ଭୁବନେଶ୍ୱର,(ବି.ବି.ବୁ୍ୟରୋ):ପୂର୍ବ ଭାରତରେ ଅଧିକ ଇସ୍ପାତ ଉତ୍ପାଦନ ହେଉଥିବାରୁ ଏହାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଭାରତର ଇସ୍ପାତ ଉପôାଦନରେ ପୂର୍ବ ଭାରତର ସିଂହଭାଗ ଅବଦାନ ରହିଛି । ଆନ୍ଧ୍ରପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଷ୍ଟ୍ରୀୟ ଇସ୍ପାତ ନିଗମ(ଆର୍ଆଇଏନ୍ଏଲ)ର ଭାଇଜାଗ ଇସ୍ପାତ କାରଖାନା ପରିଦର୍ଶନ ବେଳେ ଏହା କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଭାଇଜାଗ ଇସ୍ପାତ୍ କାରଖାନାର ପରିଚାଳନା କାର୍ଯ୍ୟକୁ ଦେଖିବା ସହ ଇସ୍ପାତ ତିଆରି କାର୍ଯ୍ୟ ସମ୍ୱନ୍ଧରେ ପଚାରି ବୁଝିଥିଲେ । ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ପ୍ରଧାନଙ୍କ ଏହା ପ୍ରଥମ ଭାଇଜାଗ ଗସ୍ତ । ସେ କହିଛନ୍ତି ଯେ ଏହି କ୍ଷେତ୍ର ସମେତ ଆନ୍ଧ୍ରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ଆର୍ଥିକ କ୍ଷେତ୍ର ବନାଇବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ।
ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ରୂପାନ୍ତର କରିବାରେ ପୂର୍ବ ଭାରତର ଅଧିକ ଯୋଗଦାନ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ନୂଆ ଭାରତ ନିର୍ମାଣରେ ଆନ୍ଧ୍ରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରାଳୟ ଆନ୍ଧ୍ରରେ ୨ ଲକ୍ଷ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ତିଆରି କରିବାର ଯୋଜନା ରଖିଛି । ଏସବୁ ପ୍ରକଳ୍ପ ଆଞ୍ଚଳିକ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ତ୍ୱରାନ୍ୱିତ କରିବ ବୋଲି ସେ କହିଛନ୍ତି । ସେହିପରି ଶ୍ରୀ ପ୍ରଧାନ ଏକ କାର୍ଯ୍ୟକ୍ରମରେ ଆର୍ଆଇଏନ୍ଏଲ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବରିÂ ଅଧିକାରୀଙ୍କୁ ସମ୍ୱୋଧିତ କରିଥିଲେ । ନୂଆ ଭାରତ ନିର୍ମାଣରେ ଆର୍ଆଇଏନ୍ଏଲର ଭୂମିକା ଉପରେ ସେ ଆଲୋକପାତ କରିଥିଲେ ।


Comments are closed, but trackbacks and pingbacks are open.