ଗୋନ୍ଦୱାନା: ଆଦାନି ଗ୍ରୁପ୍ ଦ୍ୱାରା ୨ ଭିନ୍ନ ସଂସ୍କୃତିର ମିଳନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦେଶର ଅଗ୍ରଣୀ ବ୍ୟବସାୟ ପ୍ରତିÂାନ ଆଦାନି ଗ୍ରୁପ୍ ‘ଗୋନ୍ଦୱାନା’ ଜରିଆରେ କଳା ଦ୍ୱାରା ପ୍ରେରିତ ଦୁଇଟି ଦେଶର ଐତିହାସିକ ସମ୍ପର୍କର ସଂଗମ କରାଇଛି । ଏଥିରେ ଭାରତ ମହାସାଗର ଦ୍ୱାରା ବିଭାଜିତ ମଧ୍ୟପ୍ରଦେଶ ଗୋନ୍ଦୱାନାର ଗଣ୍ଡ ଜାତି ଓ ଅଷ୍ଟେ୍ରଲିଆର ୱାର୍ଲିପିରି ଲୋକମାନେ ଏକତ୍ରିତ ହୋଇ ପ୍ରକୃତି ଦ୍ୱାରା ସେମାନଙ୍କ ଚତୁଃପାଶ୍ୱର୍ରେ ଥିବା ଅଚେତନ କଳା ସଂଯୋଗର ଆଦାନ ପ୍ରଦାନ କରିଛନ୍ତି । ଏ ଅବସରରେ ବିନା କୌଣସି ସଂଯୋଗ ସତ୍ତେ୍ୱ ଗଣ୍ଡ ଲୋକଙ୍କ ଗଣ୍ଡ କଳା ଓ ୱାର୍ଲିପିରି ଲୋକଙ୍କ ଆବେରିଜିନାଲ କଳା ମଧ୍ୟରେ ଥିବା ସମାନତାକୁ ପ୍ରଦର୍ଶନ କରାଯାଇଥିଲା । ଏଥିରୁ ଶହ ଶହ ବର୍ଷ ପୂର୍ବରୁ ଯେ ସେମାନଙ୍କ ମଧ୍ୟରେ ସମାନତା ରହିଆସିଛି, ତାହା ସ୍ପଷ୍ଟ ହୋଇଛି । ଗୋନ୍ଦୱାନା କଳା ସମ୍ପର୍କରେ ସୂଚନା ଦେଇ ଆଦାନି ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନି କହିଛନ୍ତି, ଇତିହାସ ବେଶ୍ ଚିତାକର୍ଷକ । ଗୋନ୍ଦୱାନାରେ ସେ ଅଷ୍ଟେ୍ରଲିଆ ଆବୋରିଜିନାଲ ଓ ଭାରତୀୟ ଗଣ୍ଡ କଳା ଜରିଆରେ ସେମାନଙ୍କ କାହାଣୀକୁ ଜାଣିବାକୁ ପାଇଛନ୍ତି । ଏହି ସାଂସ୍କୃତିକ ବିନିମୟ ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ସୂଚାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons