ନାଗ ସାପକୁ ଦି ଖଣ୍ଡ କଲା ପୋଷା କୁକୁର

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ନାଗ ସାପକୁ ଘର ଭିତରକୁ ପୂରାଇ ଦେଲାନି ପୋଷା କୁକୁର ଡଗି । କୌଣସି ଅଘଟଣ ଘଟାଇବା ଆଗରୁ ଦି ଖଣ୍ଡ କରି ମାରିଦେଲା । ଏଥିଯୋଗୁ ପରିବାରର ସଦସ୍ୟମାନେ ଅଳ୍ପକେ ବର୍ତ୍ତିଯାଇଥିବା କୁହାଯାଉଛି । ଏଭଳି ଘଟଣା ଘଟିଛି ସ୍ଥାନୀୟ ପାୱାର ହାଉସ୍ କଲୋନିର ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ଘରେ ।
ରବିବାର ଅପରାହ୍ନରେ ଘରେ ଖୋଲାରେ ବୁଲୁଥିଲା ଡଗି । ଅପରାହ୍ନ ପ୍ରାୟ ୩ଟା ବେଳେ ଗୋଟିଏ ନାଗ ସାପ ବାରଣ୍ଡା ଦେଇ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିଲା । ଏହାଦେଖି ଭୁକିଥିଲା ଡଗି । ଘରର ସଦସ୍ୟମାନେ ବାରଣ୍ଡା ପାଖକୁ ଆସିଥିଲେ । ସାପ ଓ କୁକୁର ମଧ୍ୟରେ ଛକାପଞ୍ଝା ଚାଲିଥିବା ଦେଖିବାକୁ ପାଇଥିଲେ । ଘର ଭିତରକୁ ନାଗସାପକୁ ପଶାଇ ଦେଇନଥିଲା ଡଗି । ସଙ୍ଗେ ସଙ୍ଗେ ପରିବାର ଲୋକେ ସ୍ନେକ ହେଲ୍ପ ଲାଇନର କୃଷ୍ଣକେଶବ ଷଡଙ୍ଗୀକୁ ଖବର ଦେଇଥିଲେ । କୃଷ୍ଣ ପହଞ୍ଚିବା ପୂର୍ବରୁ ନାଗସାପକୁ ଦୁଇ ଖଣ୍ଡ କରିଦେଇଥିଲା ଡଗି । ଡଗି ନିଜ ଜୀବନକୁ ବାଜି ଲଗାଇ ସାପ ସହ ଲଢେଇ କରିଥିଲା ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ତା ଯୋଗୁ ରକ୍ଷା ମିଳିଗଲା ବୋଲି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons