ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ବିକାଶ ନାଁରେ ରାଷ୍ଟ୍ରର ହିତକୁ ଅଣଦେଖା କରାଯାଉଛି । ଦେଶରେ ଶାନ୍ତି ପ୍ରତିÂାର ପ୍ରଲୋଭନ ଦେଖାଇ ଦେଶବାସୀଙ୍କୁ ମୂଳ ଆବଶ୍ୟକତାଠାରୁ ଦୂରେଇ ନିଆଯାଉଛି, ଯାହା ଆଦୌ ଠିକ୍ ନୁହେଁ । ଏହା କହିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ମଠାଧୀଶ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।
ଚନ୍ଦ୍ରଶେଖରପୁର ରେଳ ଅଡିଟୋରିୟମରେ ଆୟୋଜିତ ହୋଇଥିବା ଭବ୍ୟ ଭାରତ ନିର୍ମାଣ ପାଇଁ ଉତ୍ତମ ଯୋଜନାର ପରିକଳ୍ପନା ସମ୍ମିଳନୀରେ ଜଗତ୍ଗୁରୁ ଯୋଗଦେଇ କହିଲେ, ସ୍ୱତନ୍ତ ଭାରତରେ ହିନ୍ଦୁ ଏଯାଏ ଏକାଠି ହୋଇପାରିନାହାନ୍ତି । ନ୍ୟାୟାଳୟର ନିଦେ୍ର୍ଧର୍ଶ ବଳରେ ଅଯୋଧ୍ୟାରେ ପୁନଃ ବିଭ୍ରାଟ ଦେଖାଯାଇ ନପାରେ ବୋଲି ସରକାର କିପରି ନିଶ୍ଚିନ୍ତ ହୋଇଯାଉଛନ୍ତି । ଦେଶକୁ ପରିଚାଳନା କରୁଥିବା ମନ୍ତ୍ରିମଣ୍ଡଳ ସୁପ୍ରିମକୋର୍ଟର ମତକୁ ନିଜର ଢାଲ କରି ଦେଶବାସୀଙ୍କ ଭାବନା ସହ ଖେଳୁଛନ୍ତି । ମୁସଲମାନଙ୍କୁ ଜମି ଯୋଗାଇଦେବା ନିଷ୍ପତ୍ତି ଠିକ୍ ନୁହେଁ । ଅଯୋଧ୍ୟା ରାୟ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶରେ ଦେଶର ଶଙ୍କରାଚାର୍ଯ୍ୟମାନଙ୍କ ମତ ଗ୍ରହଣ କରାଯାଇ ନାହିଁ? ଏହାଦ୍ୱାରା ହିନ୍ଦୁମାନଙ୍କ ଉଦାରତା ଉପରେ କୁଠାରଘାତ କରାଯାଉଛି ।
ଦେଶରେ ବର୍ତ୍ତମାନ ରୋଜଗାର, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି । ପ୍ରଧାନମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତୀ ଏହାକୁ ଗୁରୁତ୍ୱ ଦେବା ଉଚିତ ବୋଲି ସେ ମତପ୍ରକାଶ କରିଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ଉଚ୍ଛେଦ ବ୍ୟବସ୍ଥା ଆଳରେ ଶ୍ରୀ ଜଗନ୍ନାଥଙ୍କ ପୁରାତନ ମଠ ଓ ମହନ୍ତମାନଙ୍କୁ ବିତାଡ଼ିତ କରିବା ଶୁଭଙ୍କର ନୁହେଁ ବୋଲି ଜଗତଗୁରୁ କହିଛନ୍ତି । ଉପସ୍ଥିତ ଛାତ୍ରଛାତ୍ରୀମାନେ ଦେଶ ଓ ଜାତି ପାଇଁ ନିଜକୁ ଉତ୍ସର୍ଗ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର,ଶିକ୍ଷାବିତ୍ ବଦ୍ରିନାଥ ପଟ୍ଟନାୟକ ଓ ଡ. ପ୍ରବିର ପାଲ୍ ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.