ଆସିଲା ଫେସ୍ବୁକ୍ ପେ’

Get real time updates directly on you device, subscribe now.

ସାନ୍ ଫ୍ରାନ୍ସିସ୍କୋ:ଗୁଗୁଲ ଏବଂ ଆପଲ ପରେ ସୋସିଆଲ ନେଟ୍ୱର୍କିଂ ସାଇଟ୍ ଫେସ୍ବୁକ୍ ଏହାର ନିଜସ୍ୱ ପେମେଣ୍ଟ ପ୍ଲାଟ୍ଫର୍ମ ଫେସ୍ବୁକ୍ ପେ’କୁ ଆମେରିକାରେ ଶୁଭାରମ୍ଭ କରିଛି । ଏହା ଜରିଆରେ ଫେସ୍ବୁକ୍ ଏବଂ ଏହାର ପାର୍ଟନର ଆପ୍ ଯଥା ମେସେଞ୍ଜର, ହ୍ୱାଟ୍ସଆପ୍ ଏବଂ ଇନ୍ଷ୍ଟାଗ୍ରାମ୍ରେ ସହଜରେ ପେମେଣ୍ଟ କରାଯାଇପାରିବ । ଚଳିତ ସପ୍ତାହରେ ଏହାକୁ ଆମେରିକାରେ ପାଣ୍ଠି ସଂଗ୍ରହ, ଇନ୍-ଗେମ୍ ଟ୍ରାଞ୍ଜାକ୍ସନ, କାର୍ଯ୍ୟକ୍ରମଗୁଡିକ ପାଇଁ ଟିକେଟ କ୍ରୟ, ମେସେଞ୍ଜରରେ ପର୍ସନ ଟୁ ପର୍ସନ ପେମେଣ୍ଟ ଏବଂ ଫେସ୍ବୁକ୍ ମାର୍କେଟ୍ପ୍ଲେସ୍ରେ କିଣାବିକା ପାଇଁ ବ୍ୟବହାର କରାଯିବ ।
ବର୍ଷ ଶେଷ ସୁଦ୍ଧା ହ୍ୱାଟ୍ସଆପ୍ ସମାନ ପରଣ ପେମେଣ୍ଟ ସର୍ଭିସ ଆଣିବାକୁ ଯାଉଥିବାବେଳେ ଏହା ପୂର୍ବରୁ ଫେସ୍ବୁକ୍ ଏହାର ପେମେଣ୍ଟ ପ୍ଲାଟ୍ଫର୍ମର ଶୁଭାରମ୍ଭ କରିଛି । କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଫେସ୍ବୁକ୍ ପେ’ ସାମ୍ପ୍ରତିକ ବିତ୍ତୀୟ ଢ଼ାଞ୍ଚାରେ ପ୍ରସ୍ତୁତ ହୋଇଛି ଏବଂ କମ୍ପାନିର ଡିଜିଟାଲ କରେନ୍ସି ଲିବ୍ରା ନେଟ୍ୱର୍କରେ ଚାଲୁଥିବା କାଲିବ୍ରା ୱାଲେଟ୍ଠାରୁ ଏହା ଭିନ୍ନ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons