କୃଷକ କଲ୍ୟାଣ ଯୋଜନାରେ ମିଳିଥିବା ମୋବାଇଲ ବିସ୍ଫୋରଣ : ଦଶମ ଶ୍ରେଣୀ ଛାତ୍ର ଆହତ

Get real time updates directly on you device, subscribe now.

ମହାକାଳପଡା: ମୋବାଇଲ ବିସ୍ପୋରଣ ଘଟି ଜଣେ ଦଶମ ଶ୍ରେଣୀର ଛାତ୍ର ଆହତ ହୋଇଛନ୍ତି । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଜମ୍ବୁ ଗାଁରେ । କୃଷକମାନଙ୍କୁ ମାଗଣାରେ ରାଜ୍ୟ ସରକାରଙ୍କ ମୋବାଇଲ ପ୍ରଦାନ କରିଥିଲେ । ଏହି ମୋବାଇଲ ବିସ୍ଫୋରଣ ହୋଇ ଛାତ୍ର ଆହତ ହୋଇଛନ୍ତି ।
ଜମ୍ବୁ ଗାଁର ନିତାଇ ମଣ୍ଡଳଙ୍କୁ କୃଷକ କଲ୍ୟାଣ ଯୋଜନାରେ ମୋବାଇଲଟିଏ ମିଳିଥିଲା । ଗତକାଲି ରାତିରେ ମୋବାଇଲି ଚାର୍ଜ କରି ଗୀତ ଶୁଣିଥିଲେ ତାଙ୍କ ପୁଅ ଅବିନାଶ ମଣ୍ଡଳ । ତେବେ ଆଜି ସଂଧ୍ୟାରେ ଏହି ମୋବାଇଲର ଚାର୍ଜ ସରିଯିବାରୁ ଅବିନାଶ ବ୍ୟାଟେରୀଟି ଖୋଲିଥିଲେ ।
ଏତିକିବେଳେ ବ୍ୟାଟେରୀରେ ହଠାତ ସ୍ପାର୍କିଙ୍ଗ ହୋଇଥିଲା । ଭୟରେ ଅବିନାଶ ମୋବାଇଲ ଓ ବ୍ୟାଟେରୀକୁ ଛାଡି ଦେବାରୁ ମୋବାଇଲଟି ତଳେ ପଡି ପ୍ରଚଣ୍ଡ ଶବ୍ଦ ସହ ବିସ୍ପୋରଣ ହୋଇଥିଲା । ଏହି ବିସ୍ଫୋରଣ ଫଳରେ ଅବିନାଶଙ୍କ ଛାତିରେ ଆଘାତ ଲାଗିଥିଲା।
ବିସ୍ଫୋରଣ ବେଳେ ଭୟଙ୍କର ଶବ୍ଦ ଯୋଗୁଁ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ । ଘର ଭିତର ଧୁଆଁ ହୋଇ ଯାଇଥିଲା । ଘର ବାହାରକୁ ପରିବାର ଲୋକେ ଭୟରେ ଚାଲିଯାଇଥିଲେ । ଆହତ ଅବିନାଶଙ୍କୁ ଗାଁରେ ଚିକିତ୍ସା ପରେ ଆସନ୍ତା କାଲି କଟକ ସ୍ଥାନାନ୍ତର କରିବେ ବୋଲି ବୋଲି କହିଛନ୍ତି ତାଙ୍କ ବାପା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons