କମଲ୍ ହାସନ୍‌ଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ବର : ଓଡ଼ିଶା ଆସିଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ତଥା ରାଜନେତା କମଲ ହାସନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି । ଗତ ଛଅ ଦଶନ୍ଧି ଧରି ଚଳଚ୍ଚିତ୍ର କ୍ଷେତ୍ରରେ କମଲଙ୍କ ବିଶେଷ ଅବଦାନକୁ ଲକ୍ଷ୍ୟରେ ରଖି ତାଙ୍କୁ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍ ଉପାଧି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କମଲ ହାସନଙ୍କୁ ଏହି ଉପାଧି ପ୍ରଦାନ କରିଥିଲେ। ଆଉ କମଳ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ ସେ ଗୌରବାନ୍ବିତ ଅନୁଭବ କରୁଥିବା ବଖାଣିଛନ୍ତି ।
ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଚଳଚ୍ଚିତ୍ର ତାରକା କମଲ ହାସନଙ୍କ ସହିତ ବିଶ୍ୱବିଦ୍ୟାଳୟ ଚେୟାରମ୍ୟାନ ମୁକ୍ତି ମିଶ୍ର, କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଚଳଚ୍ଚିତ୍ର କ୍ଷେତ୍ରରେ କମଲଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons