ବଢ଼ିପାରେ ପିଆଜ ରପ୍ତାନି କଟକଣା

Get real time updates directly on you device, subscribe now.

ନୂଆଦିଲ୍ଲୀ:ଘରୋଇ ବଜାରରେ ଉଚ୍ଚ ଦର ହେତୁ ପିଆଜ ରପ୍ତାନି ଉପରେ ଲଗାଯାଇଥିବା କଟକଣାକୁ ସରକାର ଆସନ୍ତା ବର୍ଷ ଫେବ୍ରୁଆରୀ ପର୍ଯ୍ୟନ୍ତ ବଢ଼ାଇପାରନ୍ତି । ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ବିଶ୍ୱର ସର୍ବବୃହତ୍ ପିଆଜ ରପ୍ତାନିକାରୀ ଭାବେ ଭାରତ ଜଣା । ଘରୋଇ ବଜାରରେ ଦରକୁ ନିୟନ୍ତ୍ରଣ କରିବା ପାଇଁ ଏହା ପିଆଜ ରପ୍ତାନିକୁ ଆଉ କିଛି ମାସ ପାଇଁ ବନ୍ଦ କରିପାରେ । ଫଳରେ ନେପାଳ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଭଳି ରାଷ୍ଟ୍ରଗୁଡିକୁ ଭାରତୀୟ ପିଆଜ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ନିଜ ଚାହିଦା ପୂରଣ କରିବା ପାଇଁ ଏହି ରାଷ୍ଟ୍ରଗୁଡିକୁ ବିକଳ୍ପ ସୂତ୍ର ଖୋଜିବାକୁ ପଡିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।
ଘରୋଇ ବଜାରରେ ଯୋଗାଣ ବଢ଼ାଇବା ପାଇଁ ସେପ୍ଟେମ୍ବରରେ ଦେଶରୁ ପିଆଜ ରପ୍ତାନି ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ଅକ୍ଟୋବର ଏବଂ ନଭେମ୍ବରରେ ମହାରାଷ୍ଟ୍ର ଭଳି ପ୍ରମୁଖ ପିଆଜ ଉପôାଦନକାରୀ ରାଜ୍ୟରେ ଅତିରିକ୍ତ ବର୍ଷା ଏବଂ ବନ୍ୟା ପରିସ୍ଥିତି ଯୋଗୁ ଅମଳ ବୃହତ୍ ମାତ୍ରାରେ ପ୍ରଭାବିତ ହୋଇଛି । ଫଳରେ ବଜାରରେ ଏହି ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇଛି ।
ପାଇକାରୀ ବଜାରରେ କିଲୋଗ୍ରାମ ପିଛା ପଆଜ ଦର ପାଖାପାଖି ୪୦ ଟଙ୍କା ରହିଥିବା ଜଣାଯାଇଛି । ଦର ନ କମିବା ଯାଏ ରପ୍ତାନି କଥା ଚିନ୍ତା କରିହେବ ନାହିଁ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ବିଭାଗର ଜଣେ ବରିÂ ଅଧିକାରୀ ପ୍ରକାଶ କରିଛନ୍ତି ।
ଜାନୁଆରୀରୁ ଯୋଗାଣ ବଢ଼ିବା ନେଇ ଆଶା କରାଯାଉଛି । ବର୍ତ୍ତମାନ ଏହା ଅସମ୍ଭବ । କିଲୋ ପିଛା ଏହାର ମୂଲ୍ୟ ୨୦ ଟଙ୍କା ତଳକୁ ନ ଖସିବା ଯାଏ ରପ୍ତାନି ଅନୁମତି ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons