ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦେଶର ଅଗ୍ରଣୀ ହାଇପରମାର୍କେଟ୍ ଖୁଚୁରା ଶୃଙ୍ଖଳ ବିଗ୍ ବଜାର ଓଡ଼ିଶାରେ ପ୍ରଥମାଷ୍ଟମୀ ଉତ୍ସବ ପାଳନ କରିଛି । ଏହା ପିଲାମାନଙ୍କ ମାମୁଁ ହୋଇ ଡୁମୁଡୁମାସ୍ଥିତ ଏକ ଏନ୍ଜିଓର ୩୦ରୁ ଊଦ୍ଧ୍ୱର୍ ପିଲାଙ୍କୁ ରସୁଲଗଡ଼ସ୍ଥିତ ବିଗ୍ ବଜାର ମଲ୍ ବୁଲାଇବା ସହ ସେମାନଙ୍କୁ ନୂଆ କପଡ଼ା ପ୍ରଦାନ କରିଛି । ଏହାସହ ପ୍ରଥମାଷ୍ଟମୀ ଉପଲକ୍ଷେ ବିଗ୍ ବଜାର ପକ୍ଷରୁ ଓଡ଼ିଶାର ସମସ୍ତ ଷ୍ଟୋରରେ ସ୍ୱତନ୍ତ୍ର ଅଫର୍ ଉପଲବ୍ଧ ହୋଇଛି । ଏହି ଅଫର୍ ଅଧୀନରେ ଗ୍ରାହକମାନେ ୨,୦୦୦ ଟଙ୍କାର କ୍ରୟ ଉପରେ ଅତିରିକ୍ତ ୧,୯୯୯ ଟଙ୍କା ଦେଇ ୬,୫୦୦ ଟଙ୍କା ମୂଲ୍ୟର ଲଗେଜ୍ କିମ୍ବା ୫୯୯ ଟଙ୍କା ଦେଇ ୧,୪୪୫ ଟଙ୍କା ମୂଲ୍ୟର ଡିନର ସେଟ୍ ପାଇପାରିବେ ବୋଲି ବିଗ୍ ବଜାର ପୂର୍ବାଞ୍ଚଳ ସିଇଓ ମନିଷ ଅଗ୍ରୱାଲ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଗ୍ ବଜାର ସବୁବେଳେ ଗ୍ରାହକମାନଙ୍କୁ ନିଜ ପରିବାରର ସଦସ୍ୟ ଭାବେ ବିବେଚନା କରିଥାଏ । ନିଜର ଏହି ଆଦର୍ଶକୁ ବଜାୟ ରଖି ଏହା ପିଲାମାନଙ୍କୁ ନୂଆ କପଡ଼ା ପ୍ରଦାନ କରିଛି ।
Comments are closed, but trackbacks and pingbacks are open.