ବିକିନି ପିନ୍ଧି ଆସିଲେ ମାଗଣା ପେଟ୍ରୋଲ ମିଳିବା ଅଫର:ଅଧିକ ସଂଖ୍ୟାରେ ପୁରୁଷ ଜମାଉଛନ୍ତି ଭିଡ

Get real time updates directly on you device, subscribe now.

ମସ୍କୋ:ରୁଷର ଏକ ପେଟ୍ରୋଲ ପମ୍ପ ତରଫରୁ ନିକଟରେ ଦିଆଯାଇଥିବା ଗୋଟିଏ ଅଜବ ଅଫରକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ସମାରା ସ୍ଥିତ ଓଲଭି ପେଟ୍ରୋଲ ପମ୍ପ ତରଫରୁ ଘୋଷଣା କରାଯାଇଥିଲା କି ଯେଉଁମାନେ ବିକିନି ପରିଧାନ କରି ପେଟ୍ରୋଲ ପମ୍ପକୁ ଆସିବେ, ସେମାନଙ୍କୁ ମାଗଣାରେ ପେଟ୍ରୋଲ ଯୋଗାଇ ଦିଆଯିବ । ଏପରି ଘୋଷଣା କରିବା ସମୟରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଙ୍କ ଲକ୍ଷ୍ୟ ବୋଧହୁଏ ମହିଳା ଗ୍ରାହକଙ୍କୁ ଆକୃଷ୍ଟ କରିବାର ଥିଲା । କାରଣ ଏପରି ଘଟିଲେ ସେହି ପେଟ୍ରୋଲ ପମ୍ପରେ ସ୍ୱତଃସ୍ଫୃର୍ତ୍ତ ଭାବେ ପୁରୁଷ ଗ୍ରାହକଙ୍କ ସଂଖ୍ୟା ବଢ଼ିଯିବ ବୋଲି ସେମାନେ ଭାବୁଥିଲେ । କିନ୍ତୁ ଫଳ ଓଲଟା ହେଲା । ସେଠାକୁ ମହିଳାମାନେ ବିକିନି ପରିଧାନ କରି ଯିବା ବଦଳରେ ବହୁ ସଂଖ୍ୟାରେ ପୁରୁଷ ଏପରି ବେଶରେ ଭିଡ଼ ଜମାଉଛନ୍ତି ଏବଂ ମାଗଣାରେ ପେଟ୍ରୋଲ ପାଇବାକୁ ଦାବି କରୁଛନ୍ତି । ଏହାଯୋଗୁ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ଏବେ ହରଡ଼ଘଣାରେ ପଡିଛନ୍ତି । କାରଣ ସେମାନେ ବିଜ୍ଞାପନରେ ସ୍ପଷ୍ଟ କରିନଥିଲେ କି ଏହି ଅଫର କେବଳ ମହିଳା କିମ୍ବା ପୁରୁଷ ନା ଉଭୟଙ୍କ ପାଇଁ ଉଦ୍ଧିଷ୍ଟ । ତେଣୁ ସେମାନେ ଏବେ ପୁରୁଷ ଗ୍ରାହକଙ୍କୁ ମାଗଣାରେ ପେଟ୍ରୋଲ ଦେବାକୁ ବାଧ୍ୟ ହେଉଛନ୍ତି ।ଏହି ରୋଚକ ଘଟଣାକୁ ନେଇ ଟ୍ୱିଟରରେ ‘ବିକିନିଡ୍ରେସ’ ନାମରେ ଏକ ଟ୍ରେଣ୍ଡ ଚାଲିଛି । ଏଥିରେ ବିଶ୍ୱର ବିଭିନ୍ନ ଭାଗର ଲୋକ ରୁଷୀୟ ପେଟ୍ରୋଲ ପମ୍ପର ଉପରୋକ୍ତ ଅଫରକୁ ନେଇ ନିଜର ମତାମତ ଉପସ୍ଥାପନ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons