ମହାରାଷ୍ଟ୍ର ରାଜନୀତି:ଆଜି ଦେବେ ସୁପ୍ରିମକୋର୍ଟ ରାୟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚାଲିଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚôଛି । ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ମହାରାଷ୍ଟ୍ର ଓ କେନ୍ଦ୍ର ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନୋଟିସ ଜାରି କରିଛନ୍ତି । ସର୍ବୋଚ୍ଚ ଅଦାଲତ ମଧ୍ୟ କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେ;ାଙ୍କୁ ସୋମବାର ସକାଳ ସୁଦ୍ଧା ଦୁଇଟି ପତ୍ର ଅଦାଲତରେ ଦାଖଲ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ସରକାର ଗଠନ ପାଇଁ ଆବଶ୍ୟକ ସମର୍ଥନ ଥିବା ଦାବି କରି ଫଡନବୀସ ଓ ଅଜିତଙ୍କ ଦ୍ୱାରା ରାଜ୍ୟପାଳଙ୍କୁ ଲେଖାଯାଇଥିବା ପତ୍ର ଏବଂ ରାଜ୍ୟପାଳଙ୍କ ଦ୍ୱାରା ଫଡନବୀସଙ୍କୁ ସରକାର ଗଠନ ପାଇଁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରର ନକଲ ଦାଖଲ କରିବାକୁ କୋର୍ଟ କହିଛନ୍ତି । ସୋମବାର ସକାଳ ୧୦ଟା ୩୦ରେ ଅଦାଲତ ଏହି ମାମଲାରେ ପୁଣି ଶୁଣାଣି କରିବେ ଏବଂ ତୁରନ୍ତ ଆସ୍ଥା ଭୋଟ କରିବା ପାଇଁ ଶିବସେନା, ଏନସିପି ଓ କଂଗ୍ରେସ ଦ୍ୱାରା କରାଯାଉଥିବା ଦାବି ଉପରେ ରାୟ ଦେବେ । ଏହି ତିନୋଟି ଦଳ ଶନିବାର ରାତିରେ ଏପରି ଦାବି ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ରବିବାର ଛୁଟି ଦିନ ହୋଇଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି କରିଥିଲେ । ବିଚାରପତି ଏନ ଭି ରମନ୍ନା, ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗରେ ମାମଲା ଉପସ୍ଥାପନା କରି ଶିବସେନା, କଂଗ୍ରେସ ଏବଂ ଏନସିପି ମେଣ୍ଟର ଓକିଲ କପିଲ ସିବଲ ପ୍ରଥମେ ଛୁଟିଦିନରେ ଅଦାଲତଙ୍କୁ ଶୁଣାଣି ପାଇଁ ବାଧ୍ୟ କରିଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ । ଏହାପରେ ସେ ମହାରାଷ୍ଟ୍ର ରାଜ୍ୟପାଳଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ । ସେ ପ୍ରଶ୍ନ କରିଥିଲେ କି ଫଡନବୀସଙ୍କ ପାଖରେ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଅଛି ବୋଲି ରାଜ୍ୟପାଳ ଆଶ୍ୱସ୍ତ କେମିତି ହେଲେ? ସେ ଅଭିଯୋଗ କରିଥିଲେ ଯେ ରାଜ୍ୟରୁ ଅତି ତରବରିଆ ଭାବେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯାଇ ଫଡନବୀସଙ୍କୁ ଶପଥ ଦିଆଯାଇଛି । ଏମିତିକି ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବା ପାଇଁ କ୍ୟାବିନେଟ ବୈଠକ ବି ଡକାଯାଇନାହିଁ । ସିବଲ ଦାବି କରିଥିଲେ ଯେ ସୁପ୍ରିମକୋର୍ଟ ତୁରନ୍ତ ମହାରାଷ୍ଟ୍ର ସରକାରଙ୍କୁ ବରଖାସ୍ତ କରନ୍ତୁ ଏବଂ ବିଧାନସଭାରେ ୨୪ ଘଣ୍ଟା ଭିତରେ ଆସ୍ଥାଭୋଟ ହାସଲ କରିବାକୁ ନିଦେ୍ର୍ଧଶ ଦିଅନ୍ତୁ ।
କର୍ଣ୍ଣାଟକର ଉଦାହରଣ ଦେଇ ସେ କହିଥିଲେ ଯେ ସେଠାରେ ବି ରାଜ୍ୟପାଳ ବିଜେପି ନେତା ୟେଦୁୟୁରପ୍ପାଙ୍କୁ ଆସ୍ଥା ଭୋଟ ହାସଲ କରିବାକୁ ୧୯ ଦିନ ସମୟ ଦେଇଥିଲେ । ମାତ୍ର ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରି ୨୪ ଘଣ୍ଟା ଭିତରେ ଆସ୍ଥା ଭୋଟ କରାଇବାକୁ ନିଦେ୍ର୍ଧଶ ଦେଇଥିଲେ । ତେଣୁ ଏବେ ମହାରାଷ୍ଟ୍ର ମାମଲାରେ ବି ଅଦାଲତ ଏପରି ନିଦେ୍ର୍ଧଶ ଦିଅନ୍ତୁ । ସେ ଆହୁରି କହିଥିଲେ ଯେ ଯଦି ବିଜେପି ପାଖରେ ସଂଖ୍ୟାଗରିÂତା ଅଛି, ତାହାହେଲେ ସେ ୨୪ ଘଣ୍ଟା ଭିତରେ ତାହାର ପ୍ରମାଣ ଦେଉ । ନଚେତ ଆମେ ଆମର ସଂଖ୍ୟାଗରିÂତା ପ୍ରମାଣ କରିବୁ । ରାଜ୍ୟପାଳ ବିଜେପିକୁ ଉଦେ୍ଧଶ୍ୟମୂଳକ ଭାବେ ନଭେମ୍ବର ୩୦ ସୁଦ୍ଧା ଆସ୍ଥା ଭୋଟ ହାସଲ କରିବାକୁ ସମୟ ଦେଇଛନ୍ତି ଯଦ୍ଧ୍ୱାରା ସିଏ ଏଥିପାଇଁ ଘୋଡାବେପାର କରିପାରିବ ।
ଶିବସେନା, ଏନସିପି ଓ କଂଗ୍ରେସ ତରଫରୁ ଲଢ଼ୁଥିବା ଆଉ ଜଣେ ଓକିଲ ଅଭିଷେକ ମନୁ ସିଂଘଭି ଅଭିଯୋଗ କରିଥିଲେ ଯେ ଏନସିପିର ସମୁଦାୟ ୫୪ ଜଣ ବିଧାୟକ ଥିଲାବେଳେ ୪୧ ଜଣ ବିଜେପିକୁ ସମର୍ଥନ କରୁନାହାନ୍ତି । ସେମାନେ ମଧ୍ୟ ଅଜିତ ପାୱାରଙ୍କୁ ଏନସିପି ବିଧାୟକ ଦଳ ନେତା ପଦରୁ ହଟାଇବା ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି । ଏଭଳି ସ୍ଥିତିରେ ଅଜିତଙ୍କୁ ଉପମୁଖ୍ୟମନ୍ତ୍ରୀ କରାଗଲା କେମିତି ଏବଂ ବିଜେପି ନିଜ ପାଖରେ ସଂଖ୍ୟାଗରିÂତା ଅଛି ବୋଲି ଦାବି କେମିତି କରୁଛି?
ଅନ୍ୟପଟରେ, ମହାରାଷ୍ଟ୍ରର ବିଜେପି ବିଧାୟକଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ମୁକୁଲ ରୋହତୋଗୀ ଏହି ପ୍ରସଙ୍ଗରେ ସିଧାସଳଖ ସୁପ୍ରିମକୋର୍ଟରେ ଆବେଦନ କରାଯିବାକୁ ବିରୋଧ କରିଥିଲେ । ସେ କହିଥିଲେ ଯେ ଶିବସେନା, କଂଗ୍ରେସ ଏବଂ ଏନସିପି ପ୍ରଥମେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାର ଥିଲା । ସେହିପରି ଏମିତି କ’ଣ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଗଲା ଯେ ରବିବାର ପରି ଛୁଟି ଦିନରେ ବି ଅଦାଲତଙ୍କୁ ଶୁଣାଣି କରିବା ପାଇଁ ବାଧ୍ୟ କରାଗଲା ବୋଲି ସେ ପ୍ରଶ୍ନ କରିଥିଲେ । ରୋହତୋଗୀ ଯୁକ୍ତି ବାଢିଥିଲେ ଯେ ଯଦି ଶିବସେନା, କଂଗ୍ରେସ ଏବଂ ଏନସିପି ପାଖରେ ସଂଖ୍ୟାଗରିÂତା ଥିଲା, ତାହାହେଲେ ସେମାନେ ଏତେଦିନ ହେଲା ସରକାର ଗଠନ ପାଇଁ ଦାବି କାହିଁକି କରୁନଥିଲେ?
ସେ ମଧ୍ୟ ଦର୍ଶାଇଥିଲେ ଯେ ରାଜ୍ୟପାଳ ନିଜର ସାମ୍ବିଧାନିକ ଅଧିକାର ପ୍ରୟୋଗ କରି ଫଡନବୀସଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ । ରାଜ୍ୟପାଳ ଏନେଇ ନିଜ ବିବେକାନୁସାରେ ନିଷ୍ପତ୍ତି ନେଇପାରିବେ ବୋଲି ସମ୍ବିଧାନରେ ବ୍ୟବସ୍ଥା ରହିଛି । ଏହାକୁ ଅଦାଲତ ତର୍ଜମା କରିପାରିବେ ନାହିଁ । ଏହା ଉପରେ ଅଦାଲତ କହିଥିଲେ ଯେ ରାଜ୍ୟପାଳଙ୍କ ବିବେକାନୁମୋଦିତ ନିଷ୍ପତ୍ତିର ଅଦାଲତରେ ସମୀକ୍ଷା କରାଯାଇପାରିବ ନାହିଁ ବୋଲି ଦର୍ଶାଯାଉଥିବା ଯୁକ୍ତି ଠିକ୍ ଅଟେ । କିନ୍ତୁ ଏହାର ଅର୍ଥ ଏଇଆ ନୁହେଁ ଯେ ସେ କାହାକୁ ବି ଡାକି ଶପଥ ପାଠ କରାଇବେ । ଏଥିପାଇଁ କିଛି ଆଇନଗତ ନିୟମ ରହିଛି । ଏହାପରେ ରୋହତୋଗୀ କହିଥିଲେ ଯେ ଅଦାଲତ ପ୍ରଥମେ ନିଶ୍ଚିତ କରନ୍ତୁ କି ଅଦାଲତଙ୍କର ଏହି ପ୍ରସଙ୍ଗରେ ଭୂମିକା କ’ଣ ଏବଂ ସିଏ ଏହି ମାମଲାରେ କ’ଣ କରିପାରିବେ? ସେ ମଧ୍ୟ ଫଡନବୀସଙ୍କ ପକ୍ଷ ଶୁଣିବା ପାଇଁ ନିବେଦନ କରିଥିଲେ ଯାହା ପରେ ଅଦାଲତ ତାଙ୍କୁ ନୋଟିସ ଜାରି କରିଥିଲେ ।
ସେ ଯୁକ୍ତି ବାଢିଥିଲେ ଯେ ଆସ୍ଥା ଭୋଟ ତ ନିଶ୍ଚିତ ହେବ । କିନ୍ତୁ ଏଥିପାଇଁ ଅତିକମରେ ୨ରୁ ୩ ଦିନ ସମୟ ଦିଆଯିବା ଦରକାର । ରୋହତୋଗୀ ମଧ୍ୟ ଅଭିଯୋଗ କରିଥିଲେ ଯେ ଆବେଦନକାରୀମାନେ ଅଦାଲତରେ ରାଜ୍ୟପାଳଙ୍କ ନିଦେ୍ର୍ଧଶର ନକଲ କିମ୍ବା ଅନ୍ୟ କୌଣସି ଦସ୍ତାବିଜ ଦାଖଲ କରିନାହାନ୍ତି । ପ୍ରତିପକ୍ଷକୁ ବି ନିଜର ଜବାବ ରଖିବା ପାଇଁ କିଛି ସମୟ ଦିଆଯିବା ଦରକାର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons