ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା:୫ ଅଭିଯୁକ୍ତଙ୍କୁ ସୁପ୍ରିମ୍କୋର୍ଟ ଜାମିନ, ପୂର୍ବରୁ ୨ ଆସିଥିଲେ

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ୍): ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୫ଜଣ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ମଙ୍ଗଳବାର ଅଭିଯୁକ୍ତ ମୁଣ୍ଡା ବଡମାଝୀ, ଭାସ୍କର ସୁନାମାଝୀ, ଦୁର୍ଯେ୍ୟଧନ ସୁନାମାଝୀ, ସନାତନ ବଡମାଝୀ ଓ ବୁଦ୍ଧଦେବ ନାୟକଙ୍କୁ ଜାମିନ ମିଳିଛି । ଏହି ମାମଲାରେ ପୂର୍ବରୁ ୨ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ଗରନାଥ ଚାଲାଣସେଠ ଓ ବିଜୟ ସାନସେଠଙ୍କୁ ଜାମିନ ମିଳିଥିଲା । ଅଭିଯୁକ୍ତଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଓକିଲ ଆଣ୍ଟା ଆକାରା ମକଦ୍ଧମା ପରିଚାଳନା କରୁଛନ୍ତି । ଏହାଫଳରେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ୭ ଜଣ ଅଭିଯୁକ୍ତଙ୍କୁ ଜାମିନ ମିଳିଛି ।
ଏଠାରେ ସୂଚନାଯୋଗ୍ୟ ଯେ ୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଜଳେଶପଟା ଆଶ୍ରମରେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୨୦୧୩ ମସିହା ଅକ୍ଟୋବର ୩ରେ ଫୁଲବାଣୀ ଅତିରିକ୍ତ ଜିଲ୍ଲା ଜଜ୍ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରା ଦଣ୍ଡାଦେଶ ପ୍ରଦାନ କରିଥିଲେ । ଏହି ଆଦେଶ ବିରୋଧରେ ଅଭିଯୁକ୍ତମାନେ ଓଡ଼ିଶା ହାଇକୋର୍ଟରେ ଅପିଲ କରିଥିଲେ । ଜିଲା କୋର୍ଟଙ୍କ ଦଣ୍ଡାଦେଶକୁ ହାଇକୋର୍ଟ କାଏମ ରଖିଥିଲେ । ଫଳରେ ସେମାନେ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିଲେ । ଗିରଫ ହେବା ପରଠାରୁ ଦୀର୍ଘ ୧୦ ବର୍ଷ ହେଲା ଜେଲ୍ରେ ଥିଲେ ଅଭିଯୁକ୍ତ । ଆଜିି ସୁପ୍ରିମକୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ମିଥ୍ୟା ମକଦ୍ଧମା ବିରୋଧୀ ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି କୋର୍ଟ ଆଦେଶକୁ ସ୍ୱାଗତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons