ଅଯୋଧ୍ୟା ମାମଲା:ପୁନର୍ବିଚାର ଆବେଦନ ଦାଖଲ କରିବ ଏଆଇଏମପିଏଲବି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ( ଏଆଇଏମପିଏଲବି) ବୁଧବାର ଘୋଷଣା କରିଛି ଯେ ସିଏ ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍ ବିବାଦମାମଲାରେ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ ଦାଖଲ କରିବ । ଡିସେମ୍ବର ପ୍ରଥମ ସପ୍ତାହରେ ଏହି ଆବେଦନ ଦାଖଲ କରାଯିବ । ବୋର୍ଡ କହିଛି କି ଏହା ତା’ର ସାମ୍ବିଧାନିକ ଅଧିକାର ଅଟେ ଏବଂ ସିଏ ଏହାର ଉପଯୋଗ କରିବ । ପୁନର୍ବିଚାର ଆବେଦନ ଦାଖଲ ନକରିବା ପାଇଁ ସୁନ୍ନି ୱାକଫ ବୋର୍ଡ ଯେଉଁ ନିଷ୍ପତ୍ତି ନେଇଛି, ତାହା ଦ୍ୱାରା ଏଆଇଏମପିଏଲବି ପ୍ରଭାବିତ ହେବ ନାହିଁ ବୋଲି ଏହି ସଂଗଠନର ସଂପାଦକ ଜଫରୟାବ ଗିଲାନୀ କହିଛନ୍ତି । କିନ୍ତୁ ନିର୍ଦ୍ଧିଷ୍ଟ ଭାବେ କେଉଁ ତାରିଖରେ ବୋର୍ଡ ଦ୍ୱାରା ଏପରି ଆବେଦନ ଦାଖଲ କରାଯିବ, ତାହା ସ୍ଥିର କରାଯାଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons