ବାରବାଟୀ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ଆଉ ରହିଲା ମାତ୍ର ୨୨ ଦିନ

Get real time updates directly on you device, subscribe now.

କଟକ : ବାରବାଟୀ ରେ ଆରମ୍ଭ ହେଲା ପୁନଃନିର୍ମାଣ କାମ । ଡିସେମ୍ବର ୨୨ ତାରିଖରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବାରବାଟୀ ପୁନଃନିର୍ମାଣ କାମ ଆରମ୍ଭ କରାଯାଇଛି । ଆଗାମୀ ୧୫ ଦିନ ଭିତରେ ବାରବାଟୀକୁ ଦିନିକିଆ ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିଦିଆଯିବ ବୋଲି ମରାମତି କାମ ନେଇଥିବା କନସଲଟାନ୍ସି ଏଜେନ୍ସି କହିଛି । ସେପଟେ ମ୍ୟାଚ୍ ପରେ ବାରବାଟୀର ବ୍ୟାପକ ଆକାରରେ ପୁନଃନିର୍ମାଣ କାମ କରାଯିବ ବୋଲି ଏଜେନ୍ସି ସୂଚନା ଦେଇଛି ।
ବାରବାଟୀ ଦିନିକିଆ ପାଇଁ ଆଉ ରହିଲା ମାତ୍ର ୨୨ ଦିନ । ଡିସେମ୍ବର ୨୨ରେ ହେବାକୁ ଥିବା ଇଣ୍ଡିଆ-ଓ୍ୱେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ମୁଖ୍ୟ ପ୍ରତିବନ୍ଧକ ଥିଲା ଫନି ବାତ୍ୟାରେ ଭାଙ୍ଗିରୁଜି ଯାଇଥିଲା ବାରବାଟୀ ଷ୍ଟାଡିୟମ୍ । ଏବେ ନିର୍ମାଣ କନଷ୍ଟ୍ରକସନ୍ କମ୍ପାନୀ ବାରବାଟୀ ମରାମତି କାମ ହାତକୁ ନେଇଛି । ୯୦ ଦିନର କାମକୁ ନିର୍ମାଣ କନଷ୍ଟ୍ରକସନ୍ ୧୫ ଦିନ ଭିତରେ ସାରିବାକୁ ଲକ୍ଷ୍ୟ ରଖିଛି ।
ସେଣ୍ଟ୍ରାଲ ପବ୍ଲିକ୍ ଓ୍ୱାର୍କସ୍ ଡିପାର୍ଟମେଣ୍ଟ ବା ସିପିଡବ୍ଲୁଡି ଗାଇଡ୍ ଲାଇନ୍ ଅନୁସାରେ ବାରବାଟୀ ପୁନଃନିର୍ମାଣ କାମ ଚାଲୁଥିବା ନିର୍ମାଣ କନଷ୍ଟ୍ରକସନ୍ କହିଛି । ନେସନାଲ୍ ବିଲଡିଂ କନଷ୍ଟ୍ରକସନ୍ କର୍ପୋରେସନ୍ ଏହି କାମର ତାଦରଖ କରୁଛି । ପ୍ରଥମେ ମିଡିଆ ବକ୍ସ କାମ ଆରମ୍ଭ କରାଯାଇଛି । ପର୍ୟ୍ୟାୟକ୍ରମେ ଅନ୍ୟ କାମ ଗୁ଼ଡିକ ହେବ । ଏବେ କେବଳ ମ୍ୟାଚ୍ କୁ ନଜରରେ ରଖି ମରାମତି କାମ କରାଯାଉଛି । ମ୍ୟାଚ୍ ସରିବା ପରେ ବାରବାଟୀର କଳେବର ପରିବର୍ତ୍ତନ ପାଇଁ ବ୍ୟାପକ ଆକାରରେ କାମ କରାଯିବ ବୋଲି କନସଲଟାନ୍ସି ଏଜେନ୍ସି କହିଛି ।
ତେବେ ୭ ନମ୍ବର ଗ୍ୟାଲେରୀ ମରାମତି କାମ ବଡ ଆକାରରେ ମ୍ୟାଚ୍ ପରେ କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons