ଜଣେ ବିଡିଓ, ୨ ସରପଞ୍ଚ ନିଲମ୍ବିତ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗୃହ ନିର୍ମାଣ ଯୋଜନାରେ ଆଉ ମନମାନି ଚଳିବନି । ପାତର ଅନ୍ତର ମନୋଭାବ କିମ୍ବା ପ୍ରିୟାପ୍ରୀତି ତୋଷଣରେ ଲାଗିବ ତାଲା । ଘର କରାଇଦେବାକୁ କହି ଯଦି କେହି ହିତାଧିକାରୀଙ୍କ ଠାରୁ ଲାଞ୍ଚ ନିଅନ୍ତି କିମ୍ବା ସରକାରୀ ଅଧିକାରୀ ଗାଇଡ୍ଲାଇନକୁ ଉଲ୍ଲଂଘନ କରି ଗୃହ ଆବଣ୍ଟନ କରନ୍ତି ତେବେ ମାଫ୍ ମିଳିବନି । ହିତାଧିକାରୀଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ଟେଲିଫୋନରେ କଥା ହେବେ । ଗଫଲତି ଧରା ପଡ଼ିଲେ କଠୋର ଦଣ୍ଡବିଧାନ କରାଯିବ । ଏ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜିଠାରୁ ପଞ୍ଚାୟତିରାଜ ବିଭାଗ ସହ ପାନୀୟ ଜଳ ଯୋଗାଣକୁ ‘ ମୋ ସରକାର’ରେ ସାମିଲ କରାଯାଇଛି । ଏପରିକି ନଗର ଉନ୍ନୟନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସହରାଞ୍ଚଳର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଦୁର୍ନୀତିର ଗନ୍ଧ ଆସୁଥିବାରୁ ଏହାକୁ ରୋକିବାକୁ ‘ ମୋ ସରକାର’ରେ ସାମିଲ କରାଯାଇଛି । ପ୍ରଥମ ଦିନରେ ପ୍ରଧାମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ ମନ୍ତ୍ରୀ ପ୍ରତାପ ଜେନା କଥା ହେବା ପରେ ଜଣେ ବିଡିଓ ଓ ଦୁଇ ଜଣ ସରପଞ୍ଚ ଗାଇଡ୍ଲାଇନ ଉଲ୍ଲଂଘନ କରିଥିବାରୁ ନିଲମ୍ବନ କରିଛନ୍ତି । ଆଗକୁ ଏ ଦୁର୍ନୀତି ବିରୋଧୀ ଅଭିଯାନ ଜାରି ରହିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଜଟଣୀ ବ୍ଲକ । ଯାଜପୁରର ବଡଚଣା ଅବା କଟକର ମାହାଙ୍ଗା ବ୍ଲକ ହେଉ, ରାଜ୍ୟରେ ଏବେ ପ୍ରାୟ ଅଧିକାଂଶ ବ୍ଲକରେ ଗୃହ ନିର୍ମାଣ ଯୋଜନାରେ ଆଖିବୁଜା ଦୁର୍ନୀତି ନେଇ ବିରୋଧୀ ଅଭିଯୋଗ ପରେ ଅଭିଯୋଗ ଆଣୁଛନ୍ତି । ଏପରିକି କିଛି ସ୍ଥାନରେ ଗାଁ ରେ ଯେତିକି ଘର ତା’ ଠୁ ଅଧିକ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ ଘର ଆବଣ୍ଟନ ହୋଇଛି । ଯୋଗ୍ୟ ବ୍ୟକ୍ତିଙ୍କୁ ଘର ମିଳୁନି, ଅଯୋଗ୍ୟଙ୍କୁ ଏକାଧିକ ଘର ମିଳୁଛି । ଆବାସ ଯୋଜନା କରାଇଦେବାକୁ କହି ଦଲାଲମାନେ ୧୫ ରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଛନ୍ତି । ଏଥିରେ ବ୍ଲକ ଅଫିସରଙ୍କ ଭାଗ ବି ରହିଛି । ବିରୋଧୀ ଏମିତି ଅଭିଯୋଗ ଆଣି ସରକାରଙ୍କ ମୁଣ୍ଡରେ ପାପ ବୋଳୁଛନ୍ତି । ଏମିତି ଲମ୍ବା ଅଭିଯୋଗ ପରେ ଦୁର୍ନୀତିର ଚେର ଉପାଡ଼ିବାକୁ ଅଣ୍ଟା ଭିଡ଼ିଛି ପଞ୍ଚାୟତିରାଜ ବିଭାଗ । ଆଜି ପଞ୍ଚାୟତିରାଜ ବିଭାଗ ‘ମୋ ସରକାର’ରେ ସାମିଲ ହେବା ପରେ ନିଜେ ପଞ୍ଚାୟତିରାଜ ମନ୍ତ୍ରୀ ବିଭିନ୍ନ ଅଞ୍ଚଳର କିଛି ହିତାଧିକାରୀଙ୍କ ସହ ଟେଲିଫୋନରେ କଥା ହୋଇଥିଲେ । ଏହି କଥାବାର୍ତ୍ତା ବେଳେ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଡିଓ ରବୀନ୍ଦ୍ର ଶତପଥୀ ନିଲମ୍ବିତ ହୋଇଛନ୍ତି । ସେହିପରି ବାଲେଶ୍ୱର ସୋର ବ୍ଲକ କେଦାରପୁର ସରପଞ୍ଚ ଅଭିମନୁ୍ୟ ଜେନା ଓ ଗଞ୍ଜାମ ଦିଗପହଣ୍ଡି ଆଙ୍କୋରୋଡା ପଞ୍ଚାୟତ ସରପଞ୍ଚ ଉସାନ୍ତ ସାହୁଙ୍କୁ ମନ୍ତ୍ରୀ ନିଲମ୍ବନ କରିଛନ୍ତି । ଏ ଖବର ପ୍ରଚାର ହେବା ପରେ ଏବେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ମଧ୍ୟରେ କୋକୁଆ ଭୟ ଆରମ୍ଭ ହୋଇଛି । ଆଜି ପାନୀୟ ଜଳ ବିଭାଗକୁ ମଧ୍ୟ ବିଧିବଦ୍ଧ ଭାବେ ଆଜିଠୁ ‘ମୋ ସରକାର’ରେ ନିଆଯାଇଛି ।
ଏଣିକି ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ ଓ ବିଭାଗୀୟ ସଚିବ ହିତାଧିକାରୀଙ୍କ ସହ ଫୋନରେ କଥା ହୋଇ ବ୍ଳକ ଓ ପଞ୍ଚାୟତ ଅଫିସରେ ଗୁଣାତ୍ମକ ସେବା ମିଳୁଛି ନା ନାହିଁ ପଚାରି ବୁଝିବେ । କେଉଁ ଅଧିକାରୀ ଲାଞ୍ଚ ମାଗୁଛନ୍ତି କି ? ବିଲ ପାଇବାରେ କେଉଁଠି ଅସୁବିଧା ରହୁଛି କି? ଏ ସବୁ ପ୍ରଶ୍ନ ପଚାରି ହିତାଧିକାରୀଙ୍କ ମତାମତ ନେବେ । ଯଦି କାହା ନାମରେ ଅଭିଯୋଗ ଆସେ ଏହାର ତଦନ୍ତ କରାଯାଇ ‘ ୫ ଟି’ ଛାଟରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ସହରାଞ୍ଚଳରେ ମଧ୍ୟ ଆବାସ ହିତାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ କଥା ହେବେ ବୋଲି ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ୫ ଲକ୍ଷ ୬୫ ହଜାର ଆବାସ ଘର ମଞ୍ଜୁର ହୋଇଥିଲା ବେଳେ ଏଯାଏ ୪୭ ହଜାର ୧୦୬ ଘର(୮%) ସମ୍ପୂର୍ଣ୍ଣ ହୋଇଛି । ଏହି ଯୋଜନାରେ ଦୁର୍ନୀତି ଓ ଅନିୟମିିତତାକୁ ରୋକିବାକୁ ଏକ ଟୋଲ ଫି୍ର ନଂ ଜରିଆରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଉଛି । ଏହି ଅଭିଯୋଗର ତଦନ୍ତ କରାଯାଇ ୨୨ ଜଣଙ୍କୁ ଚାକିରିରୁ ବହିଷ୍କାର, ୪୪ ଜଣଙ୍କୁ ନିଲମ୍ବନ କରାଯାଇଛି । ୩୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁÂାନ ନିଆଯାଇଛି । ତେବେ ଏ ଯୋଜନାକୁ ଆହୁରି ସ୍ୱଚ୍ଛ କରିବାକୁ ‘ ମୋ ସରକାର’ରେ ସାମିଲ କରାଯାଇଛି ।
Comments are closed, but trackbacks and pingbacks are open.