ଅମିତ ଶାହଙ୍କ ଦୃଢେ଼ାକ୍ତି:୨୦୨୪ ପୂର୍ବରୁ ସବୁ ଅନୁପ୍ରବେଶକାରୀ ତଡ଼ା ହେବେ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏନଆରସି ଲାଗୁ କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋମବାର ସମୟସୀମା ଚୂଡାନ୍ତ କରିଛନ୍ତି । ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବା ଅବସରରେ ସେ ଘୋଷଣା କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାରତରେ ରହୁଥିବା ସବୁ ଅନୁପ୍ରବେଶକାରୀ(ବେଆଇନ ଶରଣାର୍ଥୀ)ଙ୍କୁ ଚିହ୍ନଟ ଏବଂ ବିଦା କରାଯିବ । କିଛି ରାଜ୍ୟରେ ଏନଆରସିକୁ ନେଇ ପ୍ରକାଶ ପାଉଥିବା ଆଶଙ୍କା ଏବଂ କେବଳ ଏହି କାରଣରୁ ନିକଟରେ ପଶ୍ଚିମବଙ୍ଗରେ ଅନୁÂିତ ବିଧାନସଭା ଉପନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନ ସତ୍ତେ୍ୱ ଶାହ ଏଭଳି ଘୋଷଣା କରିଛନ୍ତି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ ରାହୁଲ ବାବା ଅନୁପ୍ରବେଶକାରୀଙ୍କ ସ୍ୱାର୍ଥ ପାଇଁ ବେଶ୍ ଚିନ୍ତିତ । ଏହି ଅନୁପ୍ରବେଶକାରୀମାନେ ଭାରତରେ ରୁହନ୍ତୁ ଏବଂ ଭାରତୀୟମାନଙ୍କ ପାଇଁ ଉଦ୍ଧିଷ୍ଟ ସମ୍ବଳର ଉପଯୋଗ କରନ୍ତୁ ବୋଲି ସେ ଚାହାନ୍ତି । ରାହୁଲ ଅନେକ ସମୟରେ ପ୍ରଶ୍ନ କରନ୍ତି କି ଏମାନେ କୁଆଡେ ଯିବେ? କ’ଣ ଖାଇବେ? ମୁଁ ରାହୁଲ ବାବାଙ୍କୁ ପଚାରିବାକୁ ଚାହେଁ କି ଏହି ଅନୁପ୍ରବେଶକାରୀମାନେ କ’ଣ ଆପଣଙ୍କ ସମ୍ପର୍କୀୟ ଭାଇଭଉଣୀ ଅଟନ୍ତି?
ଶାହ କଂଗ୍ରେସକୁ ଚାଲେଞ୍ଜ କରି କହିଛନ୍ତି ଯେ କଂଗ୍ରେସ ଦେଶରେ ଏନଆରସି ଲାଗୁ ନକରିବାକୁ ଚାହୁଁଛି । କଂଗ୍ରେସ ନେତାମାନେ ଦେଶରୁ ଅନୁପ୍ରବେଶକାରୀଙ୍କୁ ତଡାଯିବା ସପକ୍ଷରେ ନାହାନ୍ତି । ମାତ୍ର କଂଗ୍ରେସ ନେତାମାନେ ଯେତେ ଯାହା କହିଲେ ବି ମୋଦି ସରକାର ସମଗ୍ର ଦେଶରେ ଏନଆରସି ଲାଗୁ କରିବେ ଏବଂ ୨୦୨୪ ପୂର୍ବରୁ ପ୍ରତ୍ୟେକ ଅନୁପ୍ରବେଶକାରୀକୁ ଦେଶରୁ ବିଦା କରିବେ ।
ପୂର୍ବରୁ ଶାହ ରାଜ୍ୟସଭାରେ କହିଥିଲେ ଯେ ତାଙ୍କ ସରକାର ସମଗ୍ର ଭାରତରେ ଏନଆରସି ଲାଗୁ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟନ୍ତି ଏବଂ ଏଥିପାଇଁ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ସେ ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଏନଆରସି ଏବଂ ନାଗରିକ ସଂଶୋଧନ ବିଧେୟକ ମଧ୍ୟରେ ଭିନ୍ନତା ରହିଛି । ଏନଆରସିରେ ସମସ୍ତ ଧର୍ମର ଲୋକଙ୍କୁ ସାମିଲ କରାଯିବ । ଏନଆରସିରେ ଏଭଳି କିଛି ନିୟମ ନାହିଁ ଯଦ୍ଧ୍ୱାରା କି କୌଣସି ନିର୍ଦ୍ଧିଷ୍ଟ ଧର୍ମର ଲୋକଙ୍କୁ ଏଥିରୁ ବାଦ୍ ଦିଆଯିବ । ଧର୍ମ ନିର୍ବିଶେଷରେ ସମସ୍ତ ଭାରତୀୟ ନାଗରିକଙ୍କୁ ଏଥିରେ ସାମିଲ କରାଯିବ । ତେଣୁ କୌଣସି ଧର୍ମର ଲୋକେ ଏହାକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ।
ଗତ ରବିବାର ଏନଆରସି ଯୋଜନାକୁ ବିରୋଧ କରି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ଯେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବି ଶରଣାର୍ଥୀ ଅଟନ୍ତି । କାରଣ ସେମାନେ ଗୁଜରାଟରୁ ଆସି ଦିଲ୍ଲୀରେ ରହୁଛନ୍ତି । ସେହିପରି ପଶ୍ଚିମବଙ୍ଗରେ ମମତା ସରକାର ବି ଏହାର ଜୋରଦାର ବିରୋଧ କରୁଛନ୍ତି । ମମତା ସରକାର ଏଥିପାଇଁ ଆଗୁଆ ରାଜ୍ୟରେ ରହୁଥିବା ସମସ୍ତ ଶରଣାର୍ଥୀଙ୍କୁ ଭୂମି ପଟ୍ଟା ଦିଆଯିବ ବୋଲି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons