ଚିଲିକା, ଭିତରକନିକାରୁ ଚିଙ୍ଗୁଡି ଘେରି ଉଚ୍ଛେଦ ମାମଲା:କ’ଣ ପଦକ୍ଷେପ ନେଇଛ ଜଣାଅ: ହାଇକୋର୍ଟ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ଚିଲିକା, ଭିତରକନିକାରୁ ଚିଙ୍ଗୁଡି ଘେରି ଉଚ୍ଛେଦ ନେଇ ରାଜ୍ୟ ସରକାର କି’ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସଂକ୍ରାନ୍ତରେ ଜବାବ ରଖିବାକୁ ହାଇକୋର୍ଟ ଆଜି ନିଦେ୍ର୍ଧଶ ଦେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେ.ଆର୍. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ୧୦ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆଦେଶ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ଆର୍ଦ୍ରଭୂମି ଚିଲିକା ଏବଂ ଭିତରକନିକାର ଜୈବ ବିବିଧତା ପ୍ରତି ବିଭିନ୍ନ କାରଣରୁ ବିପଦ ଦେଖାଦେବାରୁ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଥିଲେ । ଏଥିପାଇଁ ଆମିକସ୍ କୁ୍ୟରୀ ଭାବେ ଆଇନଜୀବୀ ମୋହିତ୍ ଅଗ୍ରୱାଲଙ୍କୁ ହାଇକୋର୍ଟ ନିଯୁକ୍ତ କରିଥିଲେ । ଏଥିରେ ପୂର୍ବରୁ ରାଜ୍ୟ ସରକାର ଉଭୟ ଚିଲିକା ଏବଂ ଭିତରକନିକାରେ କେତେ ଚିଙ୍ଗୁଡି ଘେରି ଉଚ୍ଛେଦ ହୋଇଛି ତାର ଏକ ତଥ୍ୟ ହାଇକୋର୍ଟରେ ଦାଖଲ କରିଥିଲେ । କିନ୍ତୁ ଏହି ତଥ୍ୟ କିପରି ତ୍ରୁଟିପୂର୍ଣ୍ଣ ଥିଲା ତାହାକୁ ନେଇ ଶ୍ରୀ ଅଗ୍ରୱାଲ ପ୍ରଶ୍ନ ଉଠାଇଥିଲେ । ଏହାପରେ ହାଇକୋର୍ଟ ପୁନର୍ବାର ରାଜ୍ୟ ସରକାରଙ୍କୁ ଏହି ଚିଙ୍ଗୁଡି ଘେରି ଉଚ୍ଛେଦ ନେଇ କି’ ପଦକ୍ଷେପ ଗ୍ରହଣ କରାଯାଇଛି ତାହାର ବିସ୍ତୃତ ରିପୋର୍ଟ ଦାଖଲ ଲାଗି ନିଦେ୍ର୍ଧଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons