ନୟାଗଡ଼,(ବି.ବି.ନୁ୍ୟଜ୍): ନୟାଗଡ଼ ଜିଲ୍ଲା ତେନ୍ତୁଳିଆପଲ୍ଲୀ ଗ୍ରାମ ନିକଟ ଇଟାଭାଟିରେ କାମ କରୁଥିବା ଜଣେ ଶ୍ରମିକଙ୍କୁ ସେହି ଗ୍ରାମର ଜଣେ ଯୁବକ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ଜଣାପଡିଛି । ଆହତ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିସôାଳୟ ଏବଂ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ଖବରରୁ ପ୍ରକାଶ ଯେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ତେନ୍ତୁଳିଆପଲ୍ଲୀ ଗ୍ରାମର ଦନାର୍ଦ୍ଧନ ନାୟକ(୨୫) ଗାଁ ନିକଟରେ ଥିବା ଏକ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ଆଜି ସନ୍ଧ୍ୟାରେ ସେ କାମ କରୁଥିବା ବେଳେ ସେହି ଗ୍ରାମର ଶ୍ୟାମ ନାୟକ(୪୦) ଏକ ଦେଶୀ ବନ୍ଧୁକ ନେଇ ଦନାର୍ଦ୍ଧନଙ୍କ ବାମ ଗୋଡ଼ ଆଣ୍ଠୁ ତଳକୁ ବନ୍ଧୁକ ଲଗାଇ ଗୁଳି କରି ଦେଇଥିଲା । ଏଥିରେ ଦନାର୍ଦ୍ଧନ ଆହତ ହୋଇ ପାଟି କରିବାରୁ ସେଠାରେ କାମ କରୁଥିବା ଅନ୍ୟମାନେ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ । ଲୋକମାନଙ୍କୁ ଦେଖି ଅଭିଯୁକ୍ତ ଶ୍ୟାମ ସେଠାରୁ ଖସି ପଳାଇ ଯାଇଥିବା ଜଣାପଡ଼ିଛି । ଖବର ପାଇ ଇଟାମାଟି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ସୁଦ୍ଧା ଗୁଳିକାଣ୍ଡର କାରଣ ଜଣା ପଡ଼ିନାହିଁ ବୋଲି ଇଟାମାଟି ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.