୫ରୁ ପ୍ରଥମ ମିଶନ ଶକ୍ତି ମେଳା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ପ୍ରଥମ ଥର ପାଇଁ ଅନୁÂିତ ହେବାକୁ ଯାଉଛି ମିଶନ ଶକ୍ତି ମେଳା(ସ୍ୱୟଂ ସହାୟକ ଗୋÂୀ(ଏସ୍ଏଚ୍ଜି) ସାମଗ୍ରୀର ବଜାର ବ୍ୟବସ୍ଥା) । ୟୁନିଟ୍-୩ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ମେଳା ଆସନ୍ତା ୫ ଡିସେମ୍ବରରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୨ ଦିନ ବ୍ୟାପୀ ଏହି ମେଳା ପୂର୍ବାହ୍ନ ୧୧ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଏଥିରେ ୨୦୦ ଷ୍ଟଲ୍ରେ ୩୦୦ ରୁ ଅଧିକ ଦ୍ରବ୍ୟ ପ୍ରଦର୍ଶିତ ହେବ । ରାଜ୍ୟର ୩୦ ଟି ଜିଲ୍ଲାରୁ ୨୫୧ ଟି ଏସ୍ଏଚ୍ଜି ଗ୍ରୁପ୍ ଓ ଉପôାଦକ ଗୋÂୀରୁ ୫୦୦ ଜଣରୁ ଅଧିକ ସ୍ୱୟଂ ସହାୟକ ଗୋÂୀ ସେମାନଙ୍କ ଦ୍ରବ୍ୟ ସହିତ ଅଂଶଗ୍ରହଣ କରିବେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଶନ ଶକ୍ତିର କମିଶନର ତଥା ନିଦେ୍ର୍ଧଶକ ସୁଜାତା ଆର୍. କାର୍ତ୍ତିକେୟନ ସୂଚନା ଦେଇଛନ୍ତି ।
ମିଶନ ଶକ୍ତି ସ୍ୱୟଂ ସହାୟକ ଗୋÂୀଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରୟ ନିମନ୍ତେ, ମିଶନ ଶକ୍ତି ନିଦେ୍ର୍ଧଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ମେଳା ଆୟୋଜିତ ହେଉଛି । ଏଥିରେ ପଡ଼ିଥିବା ଷ୍ଟଲ୍ରେ ବିଭିନ୍ନ ପ୍ରକାର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲ ଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ପ୍ରଦର୍ଶନ ଏବଂ ବିକ୍ରୟ କରାଯିବ । ମହିଳା ସ୍ୱୟଂ ସହାୟକ ଗୋÂୀ ଏବଂ ଉପôାଦକ ଗୋÂୀମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ଏହି ମିଶନ ଶକ୍ତି ମେଳା ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରଚେଷ୍ଟା । ଭୁବନେଶ୍ୱର ଭଳି ସହରାଞ୍ଚଳର ଲୋକମାନଙ୍କ ପାଇଁ ମହିଳା ସ୍ୱୟଂ ସହାୟକ ଗୋÂୀମାନଙ୍କ ଦ୍ୱାରା ପ୍ରସ୍ତୁତ ଅନନ୍ୟ ତଥା ବିଭିନ୍ନ ପଦାର୍ଥ ବିଷୟରେ ସୂଚନା ଦେବା ଏବଂ ଏହାକୁ ଉପଲବ୍ଧ କରାଇବା ମେଳର ପ୍ରମୁଖ ଲକ୍ଷ୍ୟ । ଏହା ଗ୍ରାମ ଓ ସହରାଞ୍ଚଳର ମହିଳା ଉପôାଦକ ଗୋÂୀମାନଙ୍କ ଦ୍ୱାରା ଉପôାଦିତ ପଦାର୍ଥର ପ୍ରଦର୍ଶନ, ବିକ୍ରୟ ପାଇଁ ବଜାର ବ୍ୟବସ୍ଥା ଓ ଖାଉଟିମାନଙ୍କର ପ୍ରାଥମିକତା ଆଧାରରେ ପଦାର୍ଥଗୁଡ଼ିକର ମାନବୃଦ୍ଧି କରାଇବାରେ ବିଶେଷ ସହାୟକ ହେବ ।
ସେଥିପାଇଁ ବିକ୍ରି ହେବାକୁ ଆସୁଥିବା ଦ୍ରବ୍ୟଗୁଡ଼ିକର ୟୁନିଫର୍ମ ପ୍ୟାକେଜିଂ କରାଯାଇଛି । ପ୍ରତି ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ସମସ୍ତ ସାମଗ୍ରୀର ପ୍ୟାକେଟ୍ ଉପରେ ଉକ୍ତ ଗ୍ରୁପ୍ର ଯୋଗାଯୋଗ ନମ୍ବର ରହିଛି । ଫଳରେ ପରବର୍ତ୍ତୀ ସମୟରେ ଯେଉଁମାନେ ଚାହିଁବେ ସେମାନେ ଗ୍ରୁପ୍ ସହ ଯୋଗାଯୋଗ କରି ସାମଗ୍ରୀ ମଗାଇ ପାରିବେ ବୋଲି ସୁଜାତା ଆର୍. କାର୍ତ୍ତିକେୟନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ମିଶନ ଶକ୍ତର ଯୁଗ୍ମ ସଚିବ ଏସ୍ଏସ୍ ନାୟକ, ଡେପୁଟି ସଚିବ ବିନୋଦ କୁମାର ଜେନା ଓ ଅନ୍ୟାନ୍ୟା ଅଧିକାରୀବୃନ୍ଦ ଉପସ୍ଥିତ ରହି ମେଳା ସମ୍ପର୍କରେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons