ରାଇରଙ୍ଗପୁର,(ବି.ବି.ନୁ୍ୟଜ୍): ରାଇରଙ୍ଗପୁର ମହିଳା କଲେଜ ପଛପଟ ମା’ ତାରିଣୀ ବସ୍ତୀରେ ଆଜି ଏକ ଲଜ୍ଜା ଜନକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି । ଜଣେ ଛାତ୍ରୀଙ୍କୁ ଅସଦାଚରଣ କରି ଟୁ୍ୟସନ୍ ଶିକ୍ଷକ ଗିରଫ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ ଅଁଳାଡୁବା ଗାଁର ନିରୋଜ ବେହେରା ।
ସୂଚନା ଅନୁସାରେ, ଉକ୍ତ ବସ୍ତୀର ଜଣେ ବ୍ୟକ୍ତିଙ୍କ ଘରେ ଅଭିଯୁକ୍ତ ଶିକ୍ଷକ ନିରୋଜ ଟୁ୍ୟସନ୍ କରୁଥିବା ବେଳେ ପ୍ରତିଦିନ ଭଳି ଆଜି ମଧ୍ୟ ଛାତ୍ରଛାତ୍ରୀ ଟୁ୍ୟସନ୍ ହେବାକୁ ଆସିଥିଲେ । ତେବେ ଟୁ୍ୟସନ୍ ଛୁଟି ପରେ ଜଣେ ନାବାଳିକା ଛାତ୍ରୀଙ୍କୁ ନିରୋଜ ଅସଦାଚରଣ କରିଥିଲେ । ଘଟଣା ସମ୍ପର୍କରେ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ପକ୍ଷରୁ ରାଇରଙ୍ଗପୁର ଆଦର୍ଶ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ କେସ୍ ନଂ ୧୫୭/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ବିରୋଧରେ ଧାରା ୩୫୪ଏ/୫୦୬ ଆଇପିସି ଆରଡବ୍ଲୁ୍ୟ ସେକ୍ସସନ୍ ପୋକ୍ସ ଆକ୍ଟ ଲାଗୁ ହୋଇଛି ।
Comments are closed, but trackbacks and pingbacks are open.