୨୮ ଦାଦନ ଉଦ୍ଧାର, ସର୍ଦ୍ଧାର ଫେରାର

Get real time updates directly on you device, subscribe now.

ବୋଡେ଼ନ,(ବି.ବି.ନୁ୍ୟଜ୍): ନୂଆପଡ଼ା ଜିଲ୍ଲାରେ ପୁଣି ବେଆଇନ ଚାଲାଣ ବେଳେ ଉଦ୍ଧାର ହେଲେ ଦାଦନ ଶ୍ରମିକ । ଜିଲ୍ଲାର ବୋଡେ଼ନ ଅଞ୍ଚଳରେ ପୁଲିସ ୨୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଶ୍ରମିକମାନେ ଖଡ଼ିଆଳ ଥାନା ବରପଦର ଗାଁର ବୋଲି ଜଣାପଡ଼ିଛି । ସମସ୍ତଙ୍କୁ ଚାଲାଣ ପାଇଁ ବୋଡେ଼ନ ଥାନା ଆମ୍ବଗୁଡ଼ା ଗାଁରେ ଜଣଙ୍କ ଘରେ ଚାଲାଣ ପାଇଁ ରଖାଯାଇଥିବାବେଳେ ପୁଲିସ ଅଚାନକ ଚଢ଼ଉ କରି ଉଦ୍ଧାର କରିଛି ।
ସୂଚନାମତେ, ସମସ୍ତ ଦାଦନଙ୍କୁ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଆମ୍ବଗୁଡ଼ା ଗାଁ କାଜୁ ବଗିଚା ପଡ଼ାର ଜଣଙ୍କ ଘରେ ରଖାଯାଇଥିଲା । ସୁଯୋଗ ଦେଖି ସମସ୍ତଙ୍କୁ ଦଲାଲମାନେ ଚୋରା ଚାଲାଣ କରିବାକୁ ଯୋଜନା କରିଥିଲେ । ହେଲେ ତା’ ପୂର୍ବରୁ ବୋଡେ଼ନ ଥାନା ପୁଲିସ କୌଣସି ସୂଚତ୍ରରୁ ଖବର ପାଇ ସେଠାରେ ଚଢ଼ଉ କରିଥିଲା । ସମସ୍ତ ଦାଦନଙ୍କୁ ଉଦ୍ଧାର କରାଯାଇଥିବାବେଳେ ଦାଦନ ସର୍ଦାର ଫେରାର ମାରିଥିଲା । ଉଦ୍ଧାର ଦାଦନମାନେ ହେଲେ ବରପଦର ଗାଁର ଭୁପତି ବାଗ (୫୦), ହେମ ବାଗ (୩୫), ଡୋରାସିଂ ବାଗ (୪୦), ଯଶୋଦା ବାଗ (୩୦), କୁବେର ପତି ବାଗ (୩୦), କମଲା ବାଗ (୨୮), ଲକ୍ଷବଚ୍ଚ ସୁନା (୨୦), ରିନି ସୁନା (୧୯ ), ଗଙ୍ଗାଧର ନିଆଲ (୧୮), ଗନ୍ଧର୍ବ ନିଆଲ ( ୫୦), ଯଶୋଦା ନିଆଲ (୪୦), ଆଶିଷ କପୁର ନିଆଲ (୨୬ ), ସ୍ୱର୍ଣ୍ଣଲତା ନିଆଲ (୨୪), କାମଦେବ ନିଆଲ (୨୫), ଜାତି ନାଏକ (୨୩) । ସାଙ୍ଗରେ ଥିବା ଶିଶୁମାନେ ହେଲେ ଜଗମହନ ବାଗ (୧୩), ସାବେତ୍ରୀ ବାଗ (୮), ଝାକର ବାଗ (୫), ରାହୁଲ ବାଗ (୩), ନିରୁବାଗ (୧୧), ତୁଷାର ବାଗ (୯), କିରନ ବାଗ (୭), ନୀଳକଣ୍ଠ ନିଆଲ (୧୪), ନୀଳକଣି ନିଆଲ (୧୧), ଦିବ୍ୟଶ୍ରୀ ନିଆଲ (୩), ଆଶିଷ ନିଆଲ (୧), ଦେବରାଜ ନିଆଲ (୪), ମିରା ନିଆଲ (୨) । ସମସ୍ତଙ୍କୁ ଉଦ୍ଧାର କରି ପୁଲିସ ବୋଡେ଼ନ ଥାନାକୁ ଆଣିଥିଲା । ଶ୍ରମ ଅଧିକାରୀ ଥାନାରେ ପହଞ୍ଚି ସମସ୍ତଙ୍କୁ ପଚରାଉଚୁରା କରିଥିଲେ । ଏହାପରେ ସେମାନଙ୍କୁ ନିଜ ନିଜ ଘରକୁ ପହଞ୍ଚାଇ ଦିଆଯାଇଥିବା ବୋଡେନ ଥାନାଧିକାରୀ ସରୋଜ ମଲ୍ଲିକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons