ମେଧାବୀ ଛାତ୍ରଙ୍କୁ ଲାପଟପ୍ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋକସେବା ଭବନରେ ୨୦୧୯-୨୦ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ ପାସ୍ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ୧୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବାଣ୍ଟିବା ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ମେଧାବୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇ କହିଛନ୍ତି, ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ କରାଯିବ । ଏଥିରୁ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ୫ ହଜାର ୫୦୯ ଜଣ ଏବଂ ସାଧାରଣ ବର୍ଗର ୯ ହଜାର ୪୯୧ ଜଣ ଅଛନ୍ତି ।
ଉଲ୍ଲେଖଯୋଗ୍ୟ, ‘ବିଜୁ ଯୁବ ସଶକ୍ତିକରଣ ଯୋଜନା’ରେ ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ୨୦୧୩ ମସିହାରୁ ମାଗଣା ଲାପଟପ୍ ବଣ୍ଟନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୯୦ହଜାର ୨୦୩ଜଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ଦିଆଯାଇଛି । ଚଳିତ ବର୍ଷ ଏଥି ପାଇଁ ଚୟନ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ରାଜ୍ୟସ୍ତରୀୟ ମେଧା ତାଲିକା ପରିବର୍ତ୍ତେ ଜିଲ୍ଲାସ୍ତରୀୟ ମେଧା ତାଲିକା ପ୍ରସ୍ତୁତ କରାଯାଇଛି । ଏହା ଦ୍ୱାରା ରାଜ୍ୟର ୩୦ଟି ଯାକ ଜିଲ୍ଲାର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇପାରିଛନ୍ତି । ଚଳିତ ବର୍ଷ ଓକାକ୍ ମାଧ୍ୟମରେ ଲାପଟପ୍ ସଂଗ୍ରହ କରାଯାଇ ୩୦ଟି ନୋଡାଲ୍ ସେଣ୍ଟରକୁ ବଣ୍ଟନ ପାଇଁ ପଠାଯାଇଛି । କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ, ମୁଖ୍ୟ ଶାସନ ସଚିବ ଅସିତ୍ ତି୍ରପାଠୀ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାାଳୟର ଉପଦେଷ୍ଟା ଆର୍. ବାଲକ୍ରିଷ୍ଣନ୍ଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବହୁ ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons