ପଟିଆରେ ଖୋଲିଲା ପିଟର ଇଂଲଣ୍ଡ ଷ୍ଟୋର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦେଶର ଅଗ୍ରଣୀ ପୁରୁଷ ପୋଷାକ ବ୍ରାଣ୍ଡ ତଥା ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନି ‘ପିଟର ଇଂଲଣ୍ଡ’ ଭୁବନେଶ୍ୱରସ୍ଥିତ ପଟିଆ ଛକ ନିକଟରେ ଏକ ନୂଆ ଷ୍ଟୋର ଖୋଲିଛି । ଏଥିସହ ରାଜଧାନୀ ଭୁବନେଶ୍ୱରରେ ପିଟର ଇଂଲଣ୍ଡ ଷ୍ଟୋର ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ୩୦ ଛୁଇଁଛି । ପିଟର ଇଂଲଣ୍ଡ ଓଡ଼ିଶା ବିତରକ ଏସ୍ ଏମ୍ ଟ୍ରେଡିଂର ସ୍ୱତ୍ୱାଧିକାରୀ ଦୀପକ କୁମାର ଅଗ୍ରୱାଲ ପଟିଆ ଷ୍ଟୋରକୁ ଉଦ୍ଘାଟନ କରିଛନ୍ତି । ଶ୍ରୀ ଅଗ୍ରୱାଲ କହିଛନ୍ତି, ୧,୫୦୦ ବର୍ଗଫୁଟ ଅଞ୍ଚଳରେ ଅବସ୍ଥିତ ପିଟର ଇଂଲଣ୍ଡର ଏହି ପଞ୍ଚମ ମେନ୍ସ ଓବେସନ୍ ଷ୍ଟୋରକୁ ସ୍ୱତନ୍ତ୍ର ଲୁକ୍ ଦିଆଯାଇଛି । ଏଠାରେ ଗ୍ରାହକମାନେ ସୁଟ୍ସ, ବ୍ଲେଜର, ଜିନ୍ସ, ସାର୍ଟ, ଫୁଟୱେର ଓ ଡିଓ ଭଳି ଉପôାଦ ପାଇପାରିବେ । ସେହିଭଳି ସ୍ୱତନ୍ତ୍ର ଭାବେ ଡିଜାଇନ ହୋଇଥିବା ଏହି ଷ୍ଟୋର ଗ୍ରାହକଙ୍କୁ ଏକ ଅନନ୍ୟ ଅଭିଜ୍ଞତା ପ୍ରଦାନ କରିବ । ସେ କହିଛନ୍ତି, ୨୦୨୦ ଡିସେମ୍ବର ସୁଦ୍ଧା ପିଟର ଇଂଲଣ୍ଡ ଓଡ଼ିଶାର ନୟାଗଡ଼, ରାୟଗଡ଼, ଖୋର୍ଦ୍ଧା, ବାରିପଦା, ଅନୁଗୁଳ ଓ ଭୁବନେଶ୍ୱରର ଜନପଥରେ ଗୋଟିଏ ଲେଖାଏଁ ମୋଟ ୬ଟି ନୂଆ ଷ୍ଟୋର ଖୋଲିବାକୁ ଯୋଜନା କରିଛି । ସେହିଭଳି ଏବେ ଓଡ଼ିଶାରେ ପିଟର ଇଂଲଣ୍ଡର ବ୍ୟବସାୟ ବାର୍ଷିକ ୨୫ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons