କଟକରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା, ଅଭିଯୁକ୍ତ କୋର୍ଟ ଚାଲାଣ

Get real time updates directly on you device, subscribe now.

କଟକ : କଟକ ବାଦାମବାଡି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ପୋଲିସ ଅଭିଯୁକ୍ତ ନାବାଳକଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଗତକାଲି ଅଭିଯୁକ୍ତ ନାବାଳକଙ୍କୁ କମଳା ଲୋଭ ଦେଖାଇ ଜଣେ ନାବାଳିକାଙ୍କୁ ଖାନନଗର ସ୍ଥିତ କେନ୍ଦ୍ରୀୟ ପାଠାଗାର ପଛପଟକୁ ନେଇ ଯାଇଥିଲା । ତେବେ ନାବାଳିକା ଜଣଙ୍କ କାନ୍ଦିବାରୁ ସେଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ନାବାଳକକୁ ପୋଲିସ ଜିମା ଦେଇଥିଲେ ।
ତେବେ ଗତକାଲି ପୋଲିସ ଅଭିଯୁକ୍ତର ମେଡିକାଲ ପରୀକ୍ଷା କରାଇବା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଡିସିପି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons