ପାଇକ ଲଢେ଼ଇକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦିଅ: ନବୀନ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଓଡ଼ିଶାର ବୀର ପାଇକମାନଙ୍କ ଦେଶଭକ୍ତି, ବୀରତ୍ୱ ଓ ସଂଗ୍ରାମ ଯୋଗୁଁ ଓଡ଼ିଶା ୧୮୦୩ ଯାଏ ଅଜେୟ ରହିଥିଲା । ୧୮୧୭ ରେ ଓଡ଼ିଆ ପାଇକମାନେ ହିଁ ଆରମ୍ଭ କରିଥିଲେ ବ୍ରିଟିଶ ଶାସନ ବିରୋଧରେ ପ୍ରଥମ ସଂଗ୍ରାମ । ପାଇକମାନଙ୍କ ଏ ସଂଗ୍ରାମକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ କେନ୍ଦ୍ର ନିକଟରେ ଆମେ ଦାବି କରି ଆସିଛୁ । ସେହିପରି ପାଇକ ବୀର ବକ୍ସି ଜଗବନ୍ଧୁଙ୍କ ନାମରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଇବା ଲାଗି ଦାବି କରାଯାଇଛି । ରାଷ୍ଟ୍ରପତି ଏ ଦାବିକୁ ବିଚାର କରନ୍ତୁ । ଏମିତି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ଆଜି ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ । ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ ପାଇଁ ଭାରତର ରାଷ୍ଟ୍ରପତି ଆଜି ଖୋର୍ଦ୍ଧାରେ ଆମ ସହିତ ଅଛନ୍ତି । ଆମ ସମସ୍ତଙ୍କ ପକ୍ଷରୁ ମୁଁ ପ୍ରଥମେ ତାଙ୍କୁ ସ୍ୱାଗତ ଜଣାଉଛି । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଏବଂ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ମିଳିତ ଭାବେ ଏହି କାର୍ଯ୍ୟକୁ ହାତକୁ ନେଇଛନ୍ତି । ସେଥିପାଇଁ ଭାରତ ସରକାରଙ୍କ ଦୁଇଟି ଯାକ ବିଭାଗର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ । ଏଥି ସହିତ ଏହି ସ୍ମାରକୀ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଥିବା ବେଳେ ଅନ୍ୟ ସବୁ ଭିତ୍ତିଭୂମି ସୁବିଧା ମଧ୍ୟ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ନବୀନ କହିଲେ, ପାଇକ ବିଦ୍ରୋହ ଥିଲା ବ୍ରିଟିଶ ବିରୋଧରେ ଗଣ ଆନେ୍ଦାଳନ । ସାରା ଓଡିଶା ଏଥିରେ ସାମିଲ ହୋଇଥିଲା । ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଓ ଅନ୍ୟ ପାଇକ ବୀରମାନଙ୍କ ପ୍ରତି ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଓଡ଼ିଆ ଜାତି ସ୍ୱାଭିମାନୀ ଓ ବୀର ଜାତି । ବୀର ପାଇକମାନଙ୍କ ସାହସ ଏବଂ ଯୁଦ୍ଧ କୌଶଳ ଯୋଗୁ ଓଡିଆ ଜାତି ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଜୟ କରିଥିଲା । ସମ୍ରାଟ କପିଳେନ୍ଦ୍ର ଦେବ ଓ ଖାରବେଳଙ୍କ ଦିଗ୍ବିଜୟ ଓଡିଆ ଜାତିର ଗୌରବ ବଢାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons